ସଫଳ ମତ୍ସ୍ୟ ଚାଷୀ ଭାବେ ସମ୍ବର୍ଦ୍ଧିତ ହେବେ ପୁଷ୍ପଲତା ବେହେରା

ଭାରତର ମତ୍ସ୍ୟ ଚାଷୀମାନେ ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା, ମତ୍ସ୍ୟ ଆଧାରିତ ପୁଷ୍ଟିସାରର ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ଗ୍ରାମୀଣ ନିଯୁକ୍ତିକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି। ଏମାନଙ୍କର ଅତୁଟ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ଲାଗି ପ୍ରତ୍ୟେକ ବର୍ଷ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଇଥାଏ। ସେମାନଙ୍କର ପ୍ରୟାସ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ କରିବା ସହ ଦେଶର ଦୀର୍ଘସ୍ଥାୟୀ ଜଳକୃଷି ଏବଂ ଏକ ସମୃଦ୍ଧ ନୀଳ ଅର୍ଥବ୍ୟବସ୍ଥାର ସଂକଳ୍ପକୁ ସାକାର କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଏ।

ରାଜ୍ୟରେ ମତ୍ସ୍ୟ ଚାଷୀଙ୍କୁ ସରକାରଙ୍କ ଦ୍ଵାରା ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଯାହାଦ୍ବାରା ଉଭୟ ମହିଳା ଓ ପୁରୁଷମାନେ ମତ୍ସ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ମଧ୍ୟ ମତ୍ସ୍ୟ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ରାଜ୍ୟରେ ମତ୍ସ୍ୟ ଚାଷର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜଣେ ସଫଳ ମତ୍ସ୍ୟ ଚାଷୀଙ୍କୁ ଚିହ୍ନଟ କରାଯାଇ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ତରଫରୁ ପୁରସ୍କୃତ କରାଯାଉଛି। ଗତ ବର୍ଷ ଅଶ୍ଵିନୀ ମହାନ୍ତଙ୍କ ଭଳି ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ମହିଳା ମତ୍ସ୍ୟ ଚାଷୀ ପୁଷ୍ପଲତା ବେହେରା ସମ୍ମାନିତ ହେବେ ବୋଲି ଧାର୍ଯ୍ୟ କରାଯାଇଛି। ଯାହାକି ଅନ୍ୟ ଚାଷୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×