ବର୍ଷାଦିନିଆ ପିଆଜ ଫସଲ ପାଇଁ ସଠିକ୍ ସାର ପରିଚାଳନା

ବର୍ଷାଦିନିଆ ପିଆଜ ଫସଲ ପାଇଁ ସଠିକ୍ ସାର ପରିଚାଳନା ବର୍ଷାଦିନିଆ ପିଆଜ ଫସଲ ପାଇଁ ସଠିକ୍ ସାର ପରିଚାଳନା କରିବା ଦ୍ଵାରା ଜମିର ଉର୍ବରତା ବୃଦ୍ଧି ହେବା ସହ ଅମଳ ମଧ୍ୟ ବୃଦ୍ଧି ହୋଇଥାଏ। ଯଦିଓ ସବୁ ପ୍ରକାର ଜମିରେ ପିଆଜ ଚାଷ ହୋଇପାରେ ତଥାପି ଦୋରସା। ପଟୁମାଟିରେ ଏହା ଭଲ ହୁଏ। ଅମ୍ଳ ମାଟି ପିଆଜ ପାଇଁ ଉପଯୁକ୍ତ ନୁହେଁ। ପିଆଜ ପାଇଁ ତଳି ପ୍ରସ୍ତୁତି କରିବାକୁ ହୋଇଥାଏ। ଏକ ଏକର ବିଲରେ ପିଆଜ ଲଗାଇବା ପାଇଁ ପ୍ରାୟ ୪ କିଲୋଗ୍ରାମ୍ ମଞ୍ଜି ଦରକାର ହୁଏ। ପିଆଜକୁ ରୋଇବା ଦରକାର। ତଳି ପ୍ରାୟ ଦେଢ଼ ମାସରୁ ଦୁଇମାସର ହୋଇଗଲା ପରେ ରୋଇବା ପାଇଁ ଉପଯୁକ୍ତ ହୋଇଥାଏ। ପିଆଜ ରୋଇବା ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଆଯିବା ଉଚିତ୍।

ମୁଖ୍ୟତଃ ପିଆଜ ଚାଷ ପୂର୍ବରୁ ପିଆଜ ତଳି ଗୁଡ଼ିକ ୧୨ ରୁ ୧୫ ସେ.ମି. ଇଚ୍ଛା କିମ୍ବା ୮ ସପ୍ତାହର ହୋଇଗଲେ ମୁଖ୍ୟ ଜମିରେ ଲଗାଯାଇଥାଏ। ପିଆଜ ତଳି ରୋଇବା ପୂର୍ବରୁ ଏକର ପ୍ରତି ୧୦ ଟନ୍ ସଢ଼ା ଗୋବର ଖତ, ୫୨ କିଲୋଗ୍ରାମ ଡିଏପି, ୪୨ କିଲୋଗ୍ରାମ ୟୁରିଆ, ୩୩ କିଲୋଗ୍ରାମ ପଟାସ ଏବଂ ୨୦ କିଲୋଗ୍ରାମ ସଲ୍ଫର୍ ପ୍ରୟୋଗ କରି ମାଟିରେ ଭଲ ଭାବେ ମିଶାଯାଇଥାଏ। ଧାଡିକୁ ଧାଡ଼ି ୧୫ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନ ରଖି ଉପରବେଳା ରୋପଣ କରାଯାଏ। ତଳି ରୋଇବାର ୩ ସପ୍ତାହ ପରେ ୨୧ କିଲୋଗ୍ରାମ ୟୁରିଆ ଓ ୩୪ କିଲୋଗ୍ରାମ ପଟାସ ସାର ପ୍ରୟୋଗ କରାଯାଏ। ପୁନର୍ବାର ତଳି ରୋଇବର ୬ ସପ୍ତାହ ପରେ ୨୧ କିଲୋଗ୍ରାମ ୟୁରିଆ ପ୍ରୟୋଗ କରାଯିବା ଆବଶ୍ୟକ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×