ମାଣ୍ଡିଆ ଚାଷ ପାଇଁ ଶୁଖିଲା ଏବଂ କାଦୁଆ ତଳିଘେରାର ପ୍ରସ୍ତୁତି

ଅତି ପୁରାତନ କାଳରୁ “ମାଣ୍ଡିଆ” ଗାଁ ଗହଳି ତଥା ପରବାତ୍ୟାଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ଯ ରୂପେ ପରିଚିତ ।ଖାଦ୍ୟସାରରେ ଭରପୁର ଏହା ଏକ ଉପାଦେୟ ଶସ୍ୟ। ବର୍ଷର ସବୁ ସମୟରେ ମଣ୍ଡିଆ ଚାଷ କରାଯାଇ ପାରେ ।ବର୍ଷାଦିନିଆ ,ପ୍ରାକ ରବି ଓ ସାମାନ୍ୟ ଜଳସେଚନ ସୁବିଧା ଥିଲେ ରବି ଏବଂ ଖରାଦିନିଆ ଫସଲଭାବେ ମାଣ୍ଡିଆ ଚାଷ କରାଯାଇଥାଏ।ଅଗଷ୍ଟ ସେପ୍ଟେମ୍ବର ମାସରେ ରବି ଋତୁର ପୂର୍ବମତି ଫସଲ ରୂପେ ଏହାକୁ ଚାଷ କାଲେ ଜଳସେଚନ ଆବଶ୍ୟକ ହୁଏ ନାହିଁ। ମାଣ୍ଡିଆ ଚାଷ ପାଇଁ ତଳି ଜମିକୁ ଭଲ ଭାବରେ କାଦୁଆ କରି ମଇ ଦେଇ ସମତୁଲ କରନ୍ତୁ, ଯେପରିକି ପାଣି ସମ୍ପୁର୍ଣ୍ଣ ନିଗିଡ଼ି ଯିବ। ସାମାନ୍ୟ ଗଜା ହୋଇଥିବା ବିହନକୁ ପତଳା କରି ତଳିଶଯ୍ୟାରେ ପକାନ୍ତୁ। ଅନ୍ୟାନ୍ୟ ପ୍ରଣାଳୀ ଶୁଖିଲା ତଳିଶଯ୍ୟାର ପ୍ରସ୍ତୁତି ପ୍ରଣାଳୀ ପରି ଅବଲମ୍ବନ କରନ୍ତୁ।

ମାଣ୍ଡିଆ ଚାଷ ଶ୍ରୀ ପଦ୍ଧତିରେ କରିବାକୁ ହେଲେ ୪୦-୬୦ ବର୍ଗ ମିଟର ଓ ଧାଡ଼ି ରୁଆ କରିବାକୁ ହେଲେ ୫୦୦ ବର୍ଗ ମିଟର ଜମି ଆବଶ୍ୟକ ହୋଇଥାଏ। ତଳ ଜମିକୁ ଭଲ ଭାବେ ଚାଷ କରି, ଘାସ ବାଛି ମାଟି ଗୁଣ୍ଡ କରନ୍ତୁ। ୫ ମିଟର ଲମ୍ବ ,୧.୫ ମିଟର ଚଉଡ଼ା ଏବଂ ୧୫ ସେମି ଉଚ୍ଚତାର ତଳିଶଯ୍ୟା ପ୍ରସ୍ତୁତ କରନ୍ତୁ ଏବଂ ୨ଟି ତଲିଶଯ୍ୟା ମଧ୍ୟରେ ୩୦ ସେମି କିମ୍ବା ୧ ଫୁଟର ପାଣି ନାଳି ରଖନ୍ତୁ। ଶ୍ରୀ ପଦ୍ଧତି ପାଇଁ ୨୦ କେଜି ଓ ଧଡ଼ିରୁଆ ପାଇଁ ୧୦୦ କେଜି ଗୋବର ଖତକୁ ଭଲଭାବେ ଗୁଣ୍ଡ କରି ତଳିସଜ୍ୟାରେ ମଞ୍ଜି ବୁଣିବା ପୂର୍ବରୁ ୧ ଇଞ୍ଚ ଏବଂ ବୁଣିବା ପରେ ୧ ଇଞ୍ଚର ଖତକୁ ବିଛାଇ ଦିଅନ୍ତୁ। ବୁଣିବା ପୁର୍ବରୁ ୧ ଇଞ୍ଚର ଖତ ବିଛାଇବା ପରେ ଏକ କାଠି ସାହାଯ୍ୟରେ ତଳୀଶଯ୍ୟାରେ ଧାଡ଼ି ଟାଣନ୍ତୁ ଏବଂ ମଞ୍ଜିର ୧୦ ଭାଗ ସରୁ ଶୁଖିଲା ବାଲି ମିଶାଇ ଧାଡ଼ି ଉପରେ ମଞ୍ଜି ବୁଣି ଏହାକୁ ଘୋଡାଇ ଦିଅନ୍ତୁ। ଏହା ଉପରେ ପୁଣି ଏକ ଇଞ୍ଚର ଖତକୁ ବିଛାଇ ଦିଅନ୍ତୁ ଏଵଂ ହାଲୁକା ଭାବରେ ପାଣି ଚିଞ୍ଚନ୍ତୁ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×