ମାଛ ଚାଷ ପାଇଁ ପୋଖରୀର ଯତ୍ନ

ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମ୍ ୬ ଫୁଟ ରହିବା ଦରକାର। ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିପାରିବେ। ଯେଉଁ ଚାଷୀ ଭାଇଙ୍କ ପାଖରେ ଏହି ସୁବିଧା ସୁଯୋଗ ନଥିବା ସେମାନେ ପୋଖରୀରୁ ବଡ଼ ମାଛ ଧରି ବିକ୍ରି କରିଦେବା ଦରକାର। ବର୍ଷାଦିନ ହେଉଛି ମାଛ ଯାଆଁଳ ଉତ୍ପାଦନର ପ୍ରକୃଷ୍ଟ ସମୟ। ଏହି ଋତୁରେ ମାଛ ଚାଷରୁ ଅଧିକ ଲାଭ ପାଇବାକୁ ହେଲେ ଯାଆଁଳ ଛାଡିବା ସମୟରେ ବିଶେଷ ସତର୍କତା ଅବଲମ୍ବନ ସହ ପୋଖରୀର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ।

ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖାଯାଇଥାଏ ଯାହା ଦ୍ୱାରା ମାଛ ମାନେ ମାରି ଯାଇଥାନ୍ତି। ଏହା ଦୂର କରିବା ପାଇଁ ଚାଷୀମାନେ ପ୍ରଥମତଃ ପୋଖରୀରେ ଜଳ ସଂଚାଳନ କରିବା ଦରକାର ଓ ଜଳର ଉଚ୍ଚତା ବଢ଼ାଇ ଦେବା ଦରକାର। ପୋଖରୀରେ ଅମ୍ଳଜାନ ଅଭାବର ଲକ୍ଷଣ ହେଲା, ମାଛମାନେ ପୋଖରୀର ଜଳସ୍ତର ଉପରିଭାଗକୁ ଆସିଯାଆନ୍ତି ଓ ଅମ୍ଳଜାନ ନେବା ପାଇଁ ପାଟି ପାକୁପାକୁ କରନ୍ତି। ପାଣି ପୋଖରୀ ଅତ୍ୟଧିକ, ନୀଳ ହୋଇଯାଇଥିଲେ ସେଥିରେ ଉଦ୍ଭିଦ ଗତ ପ୍ଲବକ ଅଧିକା ହୋଇଯାଇଥାଏ। ଏହାର ନିୟନ୍ତ୍ରଣ ପାଇଁ ଚାଷୀମାନେ ପୋଖରୀରେ ନିଉଲାଇଟ୍ ଏକର ପିଛା ୨୦ ରୁ ୩୦ କିଗ୍ରା ପ୍ରୟୋଗ କରିବା ଦରକାର, ଏହା ବ୍ୟତୀତ ଜଳର ‘ପି.ଏଚ୍ ଅଣାଯାଇ ଏକର ପିଛା ୮୦ କି.ଗ୍ରା ଚୂନ ପ୍ରୟୋଗ କରିବା ଜରୁରି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×