ରାଜ୍ୟରେ କୃଷିର ଚାହିଦା ଏବଂ ବଜାର ସ୍ଥିତି ବୃଦ୍ଧି ହେଉଥିବାରୁ, ମାନ୍ୟବର ରାଜ୍ୟ ସରକାର ସର୍ବଦା କୃଷକଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଆମ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ୨୭ ମାର୍ଚ୍ଚ ୨୦୨୬ ସୁଦ୍ଧା ୭୫,୮୧,୦୦୦ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବାବେଳେ ୨୨,୪୧୯ କୋଟିରୁ ଅଧିକ ଅର୍ଥ ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପହଞ୍ଚିଛି ଏବଂ ୧୮ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ୱ କୃଷକ ଉପକୃତ ହୋଇଛନ୍ତି। ଏହା କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ସହିତ ରାଜ୍ୟର ଅନ୍ନଦାତାଙ୍କ ଜୀବନରେ ଏକ ନୂତନ ସମ୍ଭାବନା ଓ ଆଶାର ସଞ୍ଚାର ଆଣିଛି।
କୃଷକ ରାଜ୍ୟ ଏଵଂ ଦେଶର ମେରୁଦଣ୍ଡ ହୋଇଥିବାରୁ କୃଷକମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସେମାନଙ୍କ ରୋଜଗାର ପ୍ରତି ଧ୍ୟାନ ଦେବା ମଧ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ପାଲଟିଛି। ଯାହାକି ରାଜ୍ୟର କୃଷି କ୍ଷେତ୍ରରେ ବହୁ ଉନ୍ନତି ଦେଖିବାକୁ ମିଳିଛି ଏବଂ ଆଗକୁ ମଧ୍ୟ ଏହା ଆହୁରି ସଶକ୍ତ ହୋଇପାରିବ। ଯାହାଦ୍ୱାରା ରାଜ୍ୟର ଅର୍ଥନୀତିରେ ମଧ୍ୟ ସୁପ୍ରଭାବ ପକାଇପାରିବ। କୃଷି କାର୍ଯ୍ୟର ପ୍ରାରମ୍ଭିକ କାର୍ଯ୍ୟ ଠାରୁ ଆରମ୍ଭ କରି ଉତ୍ପାଦିତ ଦ୍ରବ୍ୟର ବଜାର ପ୍ରବେଶ ପର୍ଯ୍ୟନ୍ତ ସରକାର ସମସ୍ତ ବ୍ୟବସ୍ଥାକୁ ସୁଚାରୁରୂପେ ସମାପନ କରୁଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
