ଅବଦୁଲ୍ କଲାମ୍ ସମ୍ମାନରେ ସମ୍ମାନିତ ହେଲା ଓୟୁଏଟି

ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଡ. ଏପିଜେ ଅବଦୁଲ କଲାମ ପ୍ରେରଣାଦାୟକ ସମ୍ମାନରେ ସମ୍ମାନିତ ହୋଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୃଷି ଓ ବୈଷୟିକ ଜ୍ଞାନକୌଶଳ ପାଇଁ ଓୟୁଏଟିକୁ ଏହି ପୁରସ୍କାର ଦିଆଯାଇଛି। କୃଷି ଓ ବୈଷୟିକ ଜ୍ଞାନକୌଶଳ ଆଜିର ସମାଜରେ ଏକ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି, ଯାହାଦ୍ଵାରା ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି। ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଚାଷୀ ଭାଇ ଓ ଭଉଣୀମାନଙ୍କ ଅକ୍ଲାନ୍ତ ପରିଶ୍ରମ, ରାଜ୍ୟ ସରକାରଙ୍କ ଦ୍ଵାରା କୃଷିକ୍ଷେତ୍ରରେ କ୍ରମାଗତ ଅଧିକ ପୁଞ୍ଜି ବିନିଯୋଗ ଓ ବିଭିନ୍ନ ଯୋଜନା ପ୍ରଣୟନ ଏବଂ କୃଷି ବୈଜ୍ଞାନିକମାନଙ୍କ ଦ୍ଵାରା ଉଦ୍ଭାଦିତ ନୂତନ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ସଫଳ ପ୍ରୟୋଗ ଦ୍ଵାରା ରାଜ୍ୟ କୃଷି କ୍ଷେତ୍ରରେ ଆଜି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅବଦୁଲ କାଲାମ ସମ୍ମାନ ଉପଯୋଗୀ ହୋଇପାରିଛି। ଓଡିଶାର କୃଷି ଜୈବ ବିବିଧତାକୁ ନେଇ ଉନ୍ନତ ଫସଲ କିସମ, ଫସଲ ପରିଚାଳନା, ବୈଜ୍ଞାନିକ ପଦ୍ଧତିରେ ଚାଷ କାର୍ଯ୍ୟ, ଫସଲର ବିବିଧକରଣ ଏବଂ ଅଣ ଋତୁର ପନିପରିବା ଚାଷକୁ ଚାଷୀମାନଙ୍କ ମଧ୍ୟରେ ବହୁଳ ଭାବେ ଆଦୃତ କରିବା ଦିଗରେ କୃଷି ବୈଜ୍ଞାନିକମାନଙ୍କ ଗୁରୁଦାୟିତ୍ଵ ରହିଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×