ସମସ୍ତ ବିସ୍ମୃତ ଖାଦ୍ୟ ହେଉଛି ପାରମ୍ପାରିକ ଖାଦ୍ୟ ଯାହା ଅବ୍ୟବହୃତ ଏବଂ ସମୟ ସହିତ ମୂଲ୍ୟହୀନ ହୋଇପଡିଛି। ସେଗୁଡିକ ବନ୍ୟ, ଅର୍ଦ୍ଧ-ଘରୋଇ ଏବଂ ଚାଷ ପ୍ରଜାତିରେ ଅନ୍ତର୍ଭୁକ୍ତ ଅଟେ। ବର୍ତ୍ତମାନ ଧିରେ ଧିରେ ଅନେକ ଖାଦ୍ୟ ପଦାର୍ଥ ଲୋପ ପାଇବାକୁ ଲାଗିଲାଣି। ଭୁବନେଶ୍ୱରସ୍ଥିତ ହୋଟେଲ ପରିଚାଳନା ପ୍ରତିଷ୍ଠାନ ପରିସରରେ “ବିସ୍ମୃତ ପୁରାତନ ଖାଦ୍ୟ” ଦ୍ଵାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ସାମଗ୍ରୀ ଉପରେ ଦୁଇ ଦିନିଆ ତାଲିମ କେନ୍ଦ୍ର ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା, କଟକ ଏବଂ ପୁରୀର ମିଶନ୍ ଶକ୍ତି କାଫେର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ସ୍ଥାନୀୟ ଉପାଦାନ ବ୍ୟବହାର କରି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଏବଂ ଉପସ୍ଥାପନ କରିବାର ପ୍ରଣାଳୀ ଶିଖିଲେ।
ଲୋକମାନେ ପାରମ୍ପରିକ ଖାଦ୍ୟକୁ ଛାଡି ଆଧୁନିକ ଖାଦ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଯାହା ଫଳରେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ କାଫେ, ଆଦିବାସୀ ମେଳା, ଷ୍ଟଲ୍ ଇତ୍ୟାଦି ମାଧ୍ୟମରେ ପାରମ୍ପରିକ ଖାଦ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଚାହିଦାର ବୃଦ୍ଧି କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି। ବିଶେଷକରି ମାଣ୍ଡିଆ, ଯାଉ, ବାଜରା ଜାତୀୟ ପୁଷ୍ଟିଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥ ଲୋକଙ୍କ ମନରୁ ଲିଭିଯାଇଥିଲା, ସେହି ଖାଦ୍ୟର ପ୍ରଚାର ପ୍ରସାର ପରେ ଲୋକମାନେ ଏହାକୁ ଏବେ ଅନେକ ମାତ୍ରାରେ ପସନ୍ଦ କରୁଛନ୍ତି। ଯାହାକି ମାଣ୍ଡିଆରୁ ବହୁ ପ୍ରଜାତିର ଖାଦ୍ୟ ପ୍ରସ୍ତୁତ କରାଯାଇ ଖାଦ୍ୟ ଥାଳିରେ ଯୋଡ଼ି ଦିଆଯାଇଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ