ଗୋଟେ ଗଛ ମାଆ ଙ୍କ ନାମରେ

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ମିଶନ ଶକ୍ତି ଭବନ ପରିସରରେ ‘ଏକ୍ ପେଡ୍‌ ମା କେ ନାମ’ ଅଭିଯାନର ଶୁଭାରମ୍ଭ ହେବାପରେ ସମଗ୍ର ରାଜ୍ୟରେ ମିଶନ ଶକ୍ତି ସଦସ୍ୟା ମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ପ୍ରକୃତିର ସହିତ ଏହାକୁ ନିଜ ମାତା ପରି ସମ୍ମାନ ଦେବା ଶ୍ରୀମତୀ ପରିଡା ମା’ ମାନଙ୍କୁ ସମ୍ମାନ ଦେବା ସହ ଏକ ସବୁଜ ଓଡିଶା ଗଠନ ଲକ୍ଷ୍ୟରେ ପ୍ରତ୍ୟେକ ନାଗରିକଙ୍କୁ ନିଜ ମାଆଙ୍କ ନାମରେ ଗଛ ଲଗାଇବାକୁ ଉତ୍ସାହିତ କରିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ମିଶନ ଶକ୍ତି ମା ମାନେ ପ୍ରାୟ ୨୦ ଲକ୍ଷ ବୃକ୍ଷରୋପଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧିନରେ ୨.୫ କୋଟି ବୃକ୍ଷରୋପଣ କରିବାର ଯୋଜନା ଅଛି।

ସୁସ୍ଥ ପରିବେଶ ପାଇଁ ସବୁଜିମା ଦରକାର। ତେଣୁ ସାମୂହିକ ବୃକ୍ଷରୋପଣ ସହିତ ଜଙ୍ଗଲର ସୁରକ୍ଷା ବର୍ତ୍ତମାନ ଜରୁରି। ଗ୍ରୀଷ୍ମ ଋତୁ ବ୍ୟତୀତ ସମସ୍ତ ଋତୁରେ ବୃକ୍ଷରୋପଣ କରାଯାଇପାରିବ। ମାତ୍ର ବର୍ଷାଋତୁ ବୃକ୍ଷରୋପଣ ପାଇଁ ଉପଯୁକ୍ତ ସମୟ ଅଟେ। ବର୍ଷା ଋତୁରେ ସମସ୍ତ ପ୍ରକାରର ବୃକ୍ଷରୋପଣ କରାଯାଇପାରେ।ବର୍ତ୍ତମାନର ଜନସମାଜ ଗଛ ଲଗାଇବା ବଦଳରେ ଗଛ କଟିବାରେ ବ୍ୟସ୍ତ ରହୁଛନ୍ତି, ଯାହାକି ଆଜିର ଜନସମାଜ ପାଇଁ ଏକ ବିଷାକ୍ତ ପରିବେଶ ସୃଷ୍ଟି କରୁଛି। କେବଳ ଗଛ ଲଗାଇଦେଲା ପରେ ଆମର କର୍ତ୍ତବ୍ୟ ସରିଯାଏ ନାହିଁ। ଏହାକୁ ଲଗାଇବା ପରେ ଏହାର ସୁରକ୍ଷା ପାଇଁ ପ୍ରକୃତ ଯତ୍ନ ନେବା ଆବଶ୍ୟକ। ଉପଯୁକ୍ତ ସମୟରେ ଆବଶ୍ୟକୀୟ ପାଣି, ଖତ, ସାର ଆଦି ଦେଇ ଏହାକୁ ବଡ଼ କରିବା ଉଚିତ୍।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×