ଚାଷୀ ମାନଙ୍କ ପାଇଁ ଜୈବିକ କୃଷି କର୍ମଶାଳା ଆୟୋଜିତ

0

କୃଷି ଓ କୃଷକର ବିକାଶର ନାରାରେ ଏବେ ରାଜ୍ୟ ଆଉ କେନ୍ଦ୍ର ସରକାର । କୃଷିକୁ ଜୀବନ ଜୀବିକାର ମାନଦଣ୍ଡ ଭାବେ ଗ୍ରହଣ କରି ସଭ୍ୟତାର ମାପକାଠି ରୂପେ ବିବେଚନା କରାଯାଉଛି । ମୋଟ ଉପରେ କହିବାକୁ ଗଲେ ଜନସଂସ୍କୃତିରେ କୃଷିର ଗୁରୁତ୍ୱ ଢେ଼ର ଅଧିକ । ଏହି ପରିପ୍ରେକ୍ଷୀରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ବିଭିନ୍ନ ଯୋଜନା ।

nano urea

କୃଷି ଓ କୃଷକର କଲ୍ୟାଣାର୍ଥେ ଏ ସବୁ ଅଭିପ୍ରେତ । ଏହି ଉପକ୍ରମରେ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ପାଖାପାଖି ୫୦ ଜଣ ଚାଷୀଙ୍କୁ ଜୈବିକ କୃଷି ଉପରେ ତାଲିମ ଦିଆଯାଇଛି । ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଆଂଚଳିକ ପ୍ରାକୃତିକ ଓ ଜୈବିକ କୃଷି କେନ୍ଦ୍ରର ମିଳିତ ସହଭାଗିତାରେ ସତ୍ୟବାଦୀ କୃଷକ ଉତ୍ପାଦକ ସଂଗଠନର ଚାଷୀ ମାନଙ୍କୁ ଦକ୍ଷତା ବିକାଶର ତାଲିମ ପ୍ରଦାନ କରିଛନ୍ତି । ଜୈବିକ କୃଷି ଏବେ ସରକାରଙ୍କ ଫୋକସ୍‌ରେ । ଚାଷଜମିରେ ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ କୃଷି ହିଁ ସର୍ବାଗ୍ରେ ରହିଛି । ଏହି ଅବସରରରେ କୃଷି ପ୍ରଶିକ୍ଷକ ତଥା ଓସୋକାର ଜୈବ ନିରୀକ ଡ଼ି ଶୁଭମ୍‌ ଓ ସବ୍ୟସାଚୀ ପରିଡ଼ା ଚାଷୀ ମାନଙ୍କୁ ହାଣ୍ଡିଖତ ପ୍ରସ୍ତୁତି ଓ ପ୍ରୟୋଗବିଧି ସମ୍ପର୍କରେ ଆଲୋକପାତ କରିଥିଲେ । ହାଣ୍ଡିଖତ ଏକ ପ୍ରମୁଖ କୀଟନାଶକ ଭାବେ ଜମିରେ ବ୍ୟବହାର କରାଯାଏ । ଏକ ପ୍ରକୃଷ୍ଟ ଜୈବିକ କୀଟନାଶକ ଭାବେ ଏହାର ଗୁରୁତ୍ୱ ବହୁତ ଅଧିକ ।

ଗୋବର,ଗୋମୂତ୍ର,ନିମ୍ବପତ୍ର,ଅରଖପତ୍ର,କରଂଜପତ୍ର ,ଗୁଡ଼ ପ୍ରଭୃତିର ମିଶ୍ରଣରେ ପ୍ରସ୍ତୁତ ଏହି ହାଣ୍ଡିଖତ ଏବେ ଚାଷୀମାନଙ୍କ ପାଖରେ ବେଶ ଆଦୃତ ହୋଇଛି । ଏହି କର୍ମଶାଳାରେ ପ୍ରଶିକ୍ଷକ ଡ଼ ଜୟନ୍ତ ରମଣ ମଧ୍ୟ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କର୍ମଶାଳାରେ ସତ୍ୟବାଦୀ ଏଫ.ପିଓର ସଂଧ୍ୟାରାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

one × 3 =