ପୁଣିଥରେ ଜାତୀୟ ମଞ୍ଚରେ ଚମକିବେ ଓଡ଼ିଶାର ମାଣ୍ଡିଆ ରାଣୀ

ମାଣ୍ଡିଆ ପୂର୍ବରୁ କେବଳ ଆଦିବାସୀ ମାନଙ୍କ ଖାଦ୍ୟ ଥିଲା କିନ୍ତୁ ଏବେ ଏହା ବିଶ୍ୱ ବଜାରରେ ବେଶ୍ ପରିଚିତ । ଏହି ମାଣ୍ଡିଆ ଚାଷ ଯୋଗୁଁ ଚାଷୀ ବେଶ୍ ଆତ୍ମ ନିର୍ଭରଶୀଳ ହୋଇପାରୁଛି। ଦିନ ଥିଲା ଅଞ୍ଚଳର ଚାଷୀ ମାନେ ନିଜେ ଖାଇବାକୁ ଅଳ୍ପ ଅଳ୍ପ ମାଣ୍ଡିଆ ଚାଷ କରୁଥିଲେ ଯାହା ବଳୁଥିଲା ତାକୁ ଅଳ୍ପ ଦରରେ ଗାଁ ଦୋକାନରେ ୧୦ ରୁ ୧୫ ଟଙ୍କା ମଧ୍ୟରେ ବିକ୍ରି କରୁଥିଲେ କିନ୍ତୁ ଏବେ ସମୟ ବଦଳିବା ସହ ଲୋକେ ବି ପରିବର୍ତ୍ତନ ହେଲେଣି। ବଜାରରେ ଧୀରେ ଧୀରେ ମାଣ୍ଡିଆର ଚାହିଦା ବୃଦ୍ଧି ପାଇଛି। ତେଣୁ ଚାଷୀ ମଧ୍ୟ ଏହାର ଲାଭ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି।

ଏହିପରି ଦିଲ୍ଲୀରେ ଜାତୀୟ ସ୍ଥର କାର୍ଯ୍ୟକ୍ରମରେ ସାମିଲ ହୋଇ କୋରାପୁଟ ଜିଲ୍ଲାର କୁନ୍ଦ୍ରା ବ୍ଲକ ନୂଆଁଗୁଡ଼ା ପଲ୍ଲୀର ଚାଷୀ ରାଇମତି ଘିଉରିଆ ସାରା ରାଜ୍ୟ ଏବଂ ଦେଶକୁ ଶ୍ରୀ ଅନ୍ନ ସଂରକ୍ଷଣର ସଫଳ କାହାଣୀ ପରିବେଷଣ କରିବେ। ପୁରସ୍କାର ପାଇଁ ଚୟନ କରାଯାଇଥିବା ୫ ଜଣ ପ୍ରତିଭାଙ୍କ ଭିତରେ ରାଇମତିଙ୍କ ନାଁ ରହିଛି। ସେ ପୂର୍ବ ବର୍ଷ ଦିଲ୍ଲୀରେ G-୨୦ ସମ୍ମିଳନୀରେ ମଧ୍ୟ ସାମିଲ ହୋଇଥିଲେ। ସେ ଉଭୟ ମାଣ୍ଡିଆ ଏବଂ ଧାନ ସଂରକ୍ଷଣର ଦକ୍ଷତା ରଖିଛନ୍ତି ରାଇମତି। ଶ୍ରୀ ଅନ୍ନ ସଂରକ୍ଷଣ କରି ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରିବାର ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। କମଳା ମା’ଙ୍କ ଅବଦାନକୁ ମଧ୍ୟ ପଦ୍ମଶ୍ରୀରେ ସମ୍ମାନିତ କରି ସ୍ଵୀକୃତି ଦେଇଛନ୍ତି ମୋଦି ସରକାର।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×