ଉତ୍କୃଷ୍ଟ କଳାର ରାଜ୍ୟ‘ଉତ୍କଳ’

ମଧ୍ୟଯୁଗର ପୁରାତନ ସାହିତ୍ୟରେ ଏହାକୁ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲି ଅଭିହିତ କରାଯାଇଥିଲା ଯାହା ସେକାଳରେ ଏହା ଅତ୍ୟନ୍ତ କଳାର ଦେଶ ଥିଲା। ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଠା ଭିତରେ ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ, ଆଦର୍ଶ ଓ ପରମ୍ପରା ଚର୍ଚ୍ଚିତ ବିଶ୍ୱବିଖ୍ୟାତ। ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଏ।

ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡ଼ିଆର ଆତ୍ମବିଶ୍ୱାସର ମାପକାଠି। ଯେଉଁ ମହାନ ଓଡ଼ିଆମାନଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ଫଳ ସ୍ୱରୂପ ଓଡ଼ିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି, ସେମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ଭକ୍ତିପୂତ ପ୍ରଣାମ। ସାରା ବିଶ୍ୱର ମାନଚିତ୍ରରେ ଉତ୍କଳ ସୃଷ୍ଟି କରିଛି ଏକ ସ୍ୱତନ୍ତ୍ର ପରିଚୟ। ଇତିହାସର ଉତ୍କଳ, କଳିଙ୍ଗ, କଙ୍ଗୋଦ, ତୋଷଳ, କାନ୍ତାର, ଉଡ଼୍ର, ଓଡ଼୍ର ରାଜ୍ୟ ହିଁ ଆଜିର ଓଡ଼ିଶା। ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×