ଓଡ଼ିଶା ଦିବସ : ଆମ ଅସ୍ମିତାର ମହାପର୍ବ

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ। ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା।
ଆଜି ଯେତେବେଳେ ଆମେ ବନ୍ଦେ ଉତ୍କଳ ଜନନୀ ଗାନ କରୁ ଆମ ଦେହର ଲୋମ ଟାଙ୍କୁରି ଉଠେ। ଉତ୍କଳ ଦିବସ କେବଳ ଏକ ସାଧାରଣ ଛୁଟି ଦିନ ନୁହେଁ। ଏହା ହେଉଛି ଆମର ପରିଚୟ ଆମ ଗର୍ବ ଏବଂ ଆମ ପୂର୍ବଜମାନଙ୍କ ବଳିଦାନର ଏକ ପବିତ୍ର ସ୍ମାରକୀ। ଯେଉଁ ଓଡ଼ିଆ ଭାଷା ପାଇଁ ସେମାନେ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କଲେ ଆଜି ଆମର ଦାୟିତ୍ୱ ହେଉଛି ସେହି ଭାଷା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା। ପ୍ରବାସୀ ଓଡ଼ିଆଙ୍କ ଏକତା ଓ ଓଡ଼ିଆ ଅସ୍ମ଼ିତାର ଉଜ୍ଜ୍ୱଳ ପ୍ରତ଼ିଛବ଼ି ଜର୍ମାନୀର ରାଜଧାନୀ ବର୍ଲିନ ର ପ୍ରବାସୀ ଓଡ଼ିଆର୍ନଙ୍କ ଦ୍ୱାରା ଉତ୍କଳ ଦ଼ିବସ ଆଡମ୍ବର, ଉତ୍ସାହ ଓ ଗୌରବର ସହ଼ିତ ପାଳନ କରାଯାଇଥିଲା। ଏହ଼ି ଅବସରରର ବର୍ଲିନ ‌ ଏବଂ ଜର୍ମାନୀର ବ଼ିଭ଼ିନ୍ନ ସ୍ଥାନରୁ ଓଡ଼ିଆ ସ୍ବରର ଅନେକ ସଦସ୍ୟ ଯୋଗ ଦେଇଥିଲେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×