ଶପଥ ନେବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି

0

ଓଡ଼ିଶାରେ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟିର ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ବଡ଼ ନିଷ୍ପତ୍ତି । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଗତ ହୋଇଛି ଏହି ନିଷ୍ପତ୍ତି । ଚାଷୀଙ୍କ ପାଇଁ ମୋଦି ସରକାର ପ୍ରତିଶ୍ରୁତି ବଦ୍ଧ । ନିର୍ବାଚନ ପୂର୍ବରୁ ଇସ୍ତାହାର ବା ସଂକଳ୍ପ ପତ୍ରରେ ସ୍ଥାନିତ ହୋଇଥିବା ବିଭିନ୍ନ କଥା ଉପରେ ପର୍ଯ୍ୟାଲୋଚନା ହୋଇଥିଲା ।

nano urea

ଚାଷୀ ମାନଙ୍କ ପାଇଁ ଭାଜପା ସରକାର ସବୁବେଳେ କାର୍ଯ୍ୟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝି । ତେବେ କ୍ୟାବିନେଟରେ ମୋହର ବାଜିଥିବା ପ୍ରସ୍ତାବ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରାଯିବା ସହ ସମୃଦ୍ଧ କୃଷକ ନୀତିକୁ ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ମାଗଣା ଭାଉଚର ମିଳିବ । ତେବେ ଚାଷୀ ମାନଙ୍କ ବିକାଶ ଦିଗରେ ବିଜେପି ଏକ ସୁଦୂରପ୍ରସାରୀ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଯୋଜନା ରଖିଛି । ଆଗାମୀ ୧୦୦ ଦିନରେ ଏହା କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି ।

Leave A Reply

Your email address will not be published.

five + four =