“ହର୍ ଷ୍ଟୋରୀ” ରେ ଓଡ଼ିଆ ଝିଅ ଡ. ସ୍ଵାତୀ ନାୟକ

ଭାରତରେ ଶେଷ୍ଠ ୧୦ ମହିଳା ବୈଜ୍ଞାନିକଙ୍କ ମଧ୍ୟରେ ଓଡ଼ିଆ ଝିଅ ସ୍ଵାତୀ ନାୟକ ନିଜ ବିଜ୍ଞାନ ବଳରେ କୃଷିକ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି। ପୁସ୍ତକ ‘ହର୍ ଷ୍ଟୋରୀ ‘ ର ଅଂଶୀଦାର କୃଷି ବୈଜ୍ଞାନିକ ଡ. ସ୍ଵାତୀ ନାୟକ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ କେବଳ ଓଡ଼ିଶା କି ଭାରତ ନୁହଁ ବରଂ ଦେଶ ବାହାରେ ମଧ୍ୟ କୃଷି ଗବେଷଣା କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। କୃଷି କ୍ଷେତ୍ରର ସମସ୍ତ ଉପାଦାନ ମାଟି, ପାଣି, ଜଳବାୟୁ ଏବଂ ବିହନର ଗବେଷଣା ତାଙ୍କୁ ଅସଲ ପରିଚୟ ଦେଉଛି। ଯାହାକି ଦେଶ ପାଇଁ ଏହା ତାଙ୍କର ଏକ ଉଲ୍ଲେଖନୀୟ ଅବଦାନ ବୋଲି କୁହାଯାଇଛି।

ଡ. ସ୍ଵାତୀ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଜଣେ ବୈଜ୍ଞାନିକ ରହିଛନ୍ତି। ତେଣୁ ସେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଦ୍ୱାରା ପ୍ରକାଶିତ ପ୍ରତିଷ୍ଠିତ କମିକ୍ ବୁକ୍ ହର୍ ଷ୍ଟୋରୀରେ ସ୍ଥାନିତ ହୋଇ ପାରିଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଏହି ପ୍ରତିଭାଧାରୀ ୧୦ ମହିଳା ବୈଜ୍ଞାନିକଙ୍କୁ ନେଇ କମିକ୍ ବୁକ୍ ଲେଖାଯାଇଛି। କୃଷିର ମାଟି ଓଡ଼ିଶା, ଯେଉଁ କୃଷିକୁ ସମୃଦ୍ଧ କରିବାରେ ରହିଛି ସ୍ୱାତୀ ନାୟକଙ୍କ ଭୂମିକା। ୨୦୨୩ରେ ବୈଜ୍ଞାନିକ ଡ.ସ୍ୱାତୀଙ୍କୁ ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ୍‌ରୁ ନର୍ମାନ ବାରଲାଗ୍‌ ପୁରସ୍କାର ମିଳିଥିଲା। ଯାହାକି ଦେଶ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×