ଚଳିତ ବର୍ଷ ବିଏମ୍ସି ପକ୍ଷରୁ ବିଭିନ୍ନ ଇଭେଣ୍ଟ କରାଯାଇଥିଲା। ଜାଗମରା ନ୍ୟୁ ରୋଡ଼ରେ ଆୟୋଜିତ ଦ୍ଵିତୀୟ ପଥ ଉତ୍ସବରେ ସାଇକେଲିଂ, ପେଣ୍ଟିଙ୍ଗ୍, ସାଂସ୍କୃତିକ ସୋ, ସ୍କେଟିଂ ଆଦି କାର୍ଯ୍ୟକ୍ରମ ରହିଥିଲା। ଏତଦ୍ ବ୍ୟତୀତ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲାଯାଇଥିଲା, ଯେଉଁଠି ବିଭିନ୍ନ ପାରମ୍ପରିକ ଖାଦ୍ୟ ଉପଲବ୍ଧ ରହିଥିଲା। ଏହି ପଥ ଉତ୍ସବରେ ଶ୍ରୀ ଅନ୍ନ ଅଭିଯାନ ଏବଂ ବିଏମସିର ମିଳିତ ସହଯୋଗରେ ସ୍ୱୟଂ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ମିଲେଟ୍ ଷ୍ଟଲରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା। ତେବେ ଦ୍ବିତୀୟ ପଥ ଉତ୍ସବରେ ସ୍ୱାଦଯୁକ୍ତ ପୁଷ୍ଟିଶସ୍ତଭିତ୍ତିକ ବିଭିନ୍ନ ଖାଦ୍ୟର ମଜା ମଜା ନେବା ପାଇଁ ଅନେକ ଲୋକ ଯୋଡ଼ିହୋଇଥିଲେ।
ଏଥି ସହ ଚଳିତ ବର୍ଷ ଦ୍ଵିତୀୟ ପଥ ଉତ୍ସବରେ ନୃତ୍ୟ ଗୀତରେ ଦୁଲୁକିଥିଲା ଜାଗମରା ନିୟୁରୋଡ଼ ରାସ୍ତା। ଶୀତୁଆ ସକାଳରେ ମତୁଆଲା ହୋଇଥିଲେ ଭୁବନେଶ୍ୱରବାସୀ। ଜଣାଶୁଣା କଣ୍ଠଶିଳ୍ପୀଙ୍କ ଗୀତରେ ବିଭୋର ହୋଇଯାଇଥିଲେ ଉପସ୍ଥିତ ଦର୍ଶକ। ଏଥର ସମ୍ବଲପୁରୀ ଓ ଓଡିଶୀ ନୃତ୍ୟର ଛନ୍ଦ ଦେଖିବାକୁ ମିଳିଥିଲା। ସମସ୍ତ ଆୟୋଜନକୁ ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଆଗାମୀ ଦିନରେ କେବଳ ବର୍ଷା ଋତୁକୁ ଛାଡି ବାକି ମାସରେ ପଥ ଉତ୍ସବ ଆୟୋଜନ କରିବା ସହ ଅନେକ ପ୍ରତିଭା ଓ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯିବାର ନିଷ୍ପତ୍ତି ନିଆଯାଇଛି।