ପୁଷ୍ଟିଶସ୍ୟ ବିହନ କେନ୍ଦ୍ର ଦେଉଛି ରୋଜଗାର

କୋରାପୁଟ, ମାଲକାନଗିରି, ରାୟଗଡ଼ା ଗଜପତି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଭଳି ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାର ୮୪ଟି ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ମାଣ୍ଡିଆର ଚାଷଠାରୁ ଆରମ୍ଭ କରି ଅମଳ ଓ ବିକ୍ରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟ ସରକାର ସହାୟତା ଦେଉଛନ୍ତି। ଏଥିଲାଗି ଚାଷୀଙ୍କୁ ବିହନ, ସାର ଓ ଆଧୁନିକ କୃଷି ଯନ୍ତ୍ରପାତି ଆଦି ଯୋଗାଇ ଦିଆଯାଉଛି। ଏହା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୋଷଣ କାର୍ଯ୍ୟକ୍ରମର ଦାୟିତ୍ଵ ମିଳିଛି। ମିଲେଟ୍ସର ପ୍ରଚାର ପ୍ରସାର ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ଆହୁରି ସ୍ଵାବଲମ୍ଵୀ ହେବା ନିମନ୍ତେ ସେମାନେ ପୁଷ୍ଟିଶସ୍ୟ ବିହନ କେନ୍ଦ୍ର ଦାୟିତ୍ଵ ତୁଲାଉଛନ୍ତି ।

କୋରାପୁଟ ଜିଲ୍ଲା ମାନବାର ଗ୍ରାମର ମା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ସଫଳ ହୋଇଛି। ଏହି ଗୋଷ୍ଠୀର ସମସ୍ତ ସଦସ୍ୟା ମାନେ ମିଶି ମାଣ୍ଡିଆ ଚାଷ କରିବା ସହ ପୁଷ୍ଟିଶସ୍ୟ ବିହନ କେନ୍ଦ୍ର ପରିଚାଳନା ଦାୟିତ୍ଵ ତୁଲାଉଛନ୍ତି। ସେମାନେ ମାମି, ବାଟି, ଅର୍ଜୁନ, ଝିପା, କୁଟିଙ୍ଗା, ବଡ଼, କଳାକେରିଙ୍ଗା, ଦଶରା, ଝିମା ଆଦି ଅନେକ ପ୍ରକାର ମାଣ୍ଡିଆ ବିହନ ରଖି ଚାଷୀ ମାନଙ୍କୁ ବିକ୍ରି କରୁଛନ୍ତି। ଯାହାଦ୍ବାରା କେବଳ ଆଖପାଖ ଅଞ୍ଚଳର ଚାଷୀ ନୁହଁ, ବରଂ ଅନ୍ୟ ଆଖପାଖ ଅଞ୍ଚଳର ଗାଁ ଗୁଡ଼ିକର ଚାଷୀମାନେ ମଧ୍ୟ ଉପକୃତ ହେଉଛନ୍ତି। ବିହନ କେନ୍ଦ୍ର ବ୍ୟତୀତ ମହିଳାମାନେ ଲଡୁ ପ୍ରସ୍ତୁତ କରି ବିଭିନ୍ନ କାର୍ଯ୍ୟକ୍ରମରେ ବିକ୍ରି କରି ଲାଭବାନ ହୋଇପାରୁଛନ୍ତି। ଏହାସହ ଆଗାମୀ ଦିନରେ ମଣ୍ଡିଆରୁ ଅନେକ ଖାଦ୍ୟ ପ୍ରସ୍ତୁତ କରିବାକୁ ନେଇ ଆଶା ରଖିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×