ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥିବାରୁ ଏହା ଧିରେ ଧୀରେ ସମସ୍ତଙ୍କ ମଧ୍ୟରେ ଆଦୃତ ହେବା ସହ ଯୁବ ପିଢ଼ିଙ୍କୁ ଆକୃଷ୍ଟ କରୁଛି। ରାଜ୍ୟ ସରକାରଙ୍କ ଦ୍ଵାରା ପୁଷ୍ଟିଶସ୍ୟକୁ ଦିଆଯାଉଥିବା ପ୍ରୋତ୍ସାହନ ଶ୍ରୀ ଅନ୍ନ ଅଭିଯାନକୁ ଦେଇଛି ନୂଆ ପରିଚୟ।ଓଡ଼ିଶା ମିଲେଟ୍ସ ମିଶନ ଓ ଶ୍ରୀ ଅନ୍ନ ଅଭିଯାନର ମିଳିତ ପ୍ରୟାସରେ ଆଜି ପୁଷ୍ଟିଶସ୍ୟ ଆଧୁନିକ ଖାଦ୍ୟର ସ୍ଥାନରେ ସ୍ବାସ୍ଥ୍ୟ ଉପଯୁକ୍ତ ଖାଦ୍ୟ ଭାବେ ପରିଚିତ ହୋଇପାରିଛି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶାରେ ଅନେକ ସ୍ଥାନରେ ସହର ଏବଂ ଗ୍ରାମାଞ୍ଚଳ ମାନଙ୍କରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି।

ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଏକ ଦୁଇ ଦିନିଆ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକରୁ ୧୪ ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୮ ଜଣ ସଦସ୍ୟା ଯୋଗଦେଇଥିଲେ। ମହିଳାମାନେ ଏଥିରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଦୋସା, ବରା, ଆଳୁଚପ୍, ପକୁଡି, ମାଲପୁଆ, କାକରା ପିଠା ଆଦି ପ୍ରସ୍ତୁତ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମିଲେଟ୍ ଟିଫିନ ସେଣ୍ଟରଗୁଡିକରେ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପ୍ରସ୍ତୁତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×