ପ୍ରଶଂସାଯୋଗ୍ୟ ହେଉଛି ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟକ୍ରମ

       ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ଶ୍ରୀ ଅନ୍ନ ଅଭିଯାନ ତରଫରୁ ନିଆଯାଉଥିବା ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟକ୍ରମ ବେଶ୍ ପ୍ରଶଂସାଯୋଗ୍ୟ। ଏହାଦ୍ବାରା ବିଭିନ୍ନ ଜିଲ୍ଲାରୁ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଂଶଗ୍ରହଣ କରି ପୁଷ୍ଟିଶସ୍ୟରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ଉତ୍ତମ ପ୍ରଶିକ୍ଷଣ ପାଇପାରୁଛନ୍ତି, ଯାହାକି ଆଗାମୀ ଦିନରେ ସେମାନଙ୍କ ପାଇଁ ବେଶ୍ ଲାଭପ୍ରଦ ହୋଇପାରିବ। ଏହି ପ୍ରୟାସ ଫଳରେ ପୁଷ୍ଟି ଶସ୍ୟ ଭିତ୍ତିକ ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବା ସହ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ଏହାକୁ ଲୋକାଦୃତ କରାଯାଉଛି।

ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟଭିତ୍ତିକ ବିଭିନ୍ନ ବ୍ୟଞ୍ଜନ ସମ୍ପର୍କରେ ଅବଗତ ହେବା ପରେ ନିଜେ ପରିଚାଳନା କରୁଥିବା ମିଲେଟ୍ ଟିଫିନ୍ ସେଣ୍ଟର୍, କାଫେ ଏବଂ ଆଉଟଲେଟ୍ ରେ ଏହାକୁ ପ୍ରସ୍ତୁତ କରି ବିକ୍ରି କରିପାରୁଛନ୍ତି। ଯାହାଦ୍ବାରା ମହିଳାମାନେ ଆଜି କେବଳ ଗୃହିଣୀ ହୋଇ ରହିନାହାନ୍ତି, ବରଂ ନିଜେ ରୋଜଗାରକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ଅର୍ଥ ଉପାର୍ଜନ କରି ନିଜର ପରିବାର ପ୍ରତିପୋଷଣ କରିବା ସହ ସାରା ରାଜ୍ୟରେ ନିଜର ପରିଚୟ ମଧ୍ୟ ସୃଷ୍ଟି କରିବାରେ ସଫଳ ହେଉଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×