ଚାଷକୁ ସରଳ କରିଛି ନୂତନ କୃଷି ଯନ୍ତ୍ରପାତି

ରାଜ୍ୟର ଚାଷୀ ମାନେ ଚାଷ କାର୍ଯ୍ୟ ଆରମ୍ଭ ଠାରୁ ପୁଣି ଅମଳ ପର୍ଯ୍ୟନ୍ତ କିଛି ପ୍ରଣାଳୀକୁ ନିଜ ହାତରେ ବହୁ ସମୟ ଅତିବାହିତ କରି ଚାଷ କାର୍ଯ୍ୟ ସମ୍ପାଦନ କରୁଥିଲେ। ଧୀରେ ଧୀରେ ନୂତନ କୃଷି ଯନ୍ତ୍ରପାତି ଆବିଷ୍କୃତ ହେବା ଦ୍ଵାରା ଚାଷୀ ମାନେ କମ୍ ସମୟରେ ସମସ୍ତ କାର୍ଯ୍ୟ ପରିଚାଳିତ କରିପାରୁଛନ୍ତି। ଗଜପତି ଜିଲ୍ଲାର ଚନ୍ଦ୍ରଗିରିଠାରେ ଇକ୍ରିସାଟ୍ ଓ ଓୟୁଏଟି ଦ୍ୱାରା ସକଳ ଏନଜିଓ ସହଯୋଗରେ ରାଜ୍ୟରେ ପ୍ରଥମଥର ମାଣ୍ଡିଆ କାଟିବା, ଅମଳକରିବା ଓ ସଫା କରିବାପାଇଁ ମିନି କମ୍ବାଇନ୍ ଯନ୍ତ୍ରର ସଫଳ କ୍ଷେତ୍ର ପ୍ରଦର୍ଶନ କରାଯାଇଛି। ମାତ୍ର ଚାରି ଘଣ୍ଟାରେ ଏକ ଏକର ଜମି ପାଇଁ ଏହା ୨୦ ଜଣ ଲୋକଙ୍କ କାମ କରିପାରୁଛି।

ଚାଷୀମାନେ ଯନ୍ତ୍ରପାତି ସାହାଯ୍ୟରେ କମ୍ ଲୋକ ନିଯୁକ୍ତି କରି ଅଧିକ ଶସ୍ୟ ଅମଳ କରିପାରୁଛନ୍ତି। ହାତରେ କରିବା ଏବଂ ପିଟିବା ପରିବର୍ତ୍ତେ ମେସିନ ସାହାଯ୍ୟରେ ସମସ୍ତ କାମ କରିପାରୁଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ପୁରୁଷ ନୁହଁ ବରଂ ମହିଳାମାନେ ମଧ୍ୟ ଯନ୍ତ୍ରପାତି ବ୍ୟବହାର କରିବାର ସୌଭାଗ୍ୟ ପାଇପାରିଛନ୍ତି। ଏହି ଯନ୍ତ୍ରପାତି ସାହାଯ୍ୟରେ ସେମାନେ ଗୋଟେ ଦିନର କାମକୁ ମାତ୍ର ୪ ଘଣ୍ଟା ସମୟ ମଧ୍ୟରେ ସମ୍ପାଦନା କରି ନିଜର ଘର କାମରେ ମଧ୍ୟ ସମୟ ଦେଇପାରୁଛନ୍ତି। ପୂର୍ବ ଅପେକ୍ଷା ବର୍ତ୍ତମାନ କଠିନ କାମ ସହଜ ହେଉଥିବାରୁ ସେମାନେ ବହୁ ଉପକୃତ ହୋଇପାରୁଥିବା ହେତୁ ଅତ୍ୟନ୍ତ ଖୁସି ଅଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×