ଆଇସିଏଆର-ସିଫାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜିତ

ଭାରତର ମତ୍ସ୍ୟ ଚାଷୀମାନେ ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା, ମତ୍ସ୍ୟ ଆଧାରିତ ପୁଷ୍ଟିସାରର ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ଗ୍ରାମୀଣ ନିଯୁକ୍ତିକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି। ତେଣୁ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ପ୍ରତିଷ୍ଠାନ (ସିଫା) ପରିସରରେ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି। କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଯୋଗ ଦେଇ ୧୭ ଟି ନୂଆ ମତ୍ସ୍ୟ କ୍ଲଷ୍ଟରକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜାତୀୟ ମତ୍ସ୍ୟ ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ମଧ୍ୟ ଉଦଘାଟନ କରିଛନ୍ତି। ସେ ମତ୍ସ୍ୟ ରପ୍ତାନିକୁ ୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାର ଲକ୍ଷ୍ୟ ଉପରେ ଜୋର ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ସିଂ ଭାରତର ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ସମର୍ପଣ ଏବଂ ଅକ୍ଳାନ୍ତ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଦେଶର ମତ୍ସ୍ୟ ପାଳନ କ୍ଷେତ୍ରର ବିକାଶରେ ମାଛ ଚାଷୀ, ଉଦ୍ୟୋଗୀ ଏବଂ ମତ୍ସ୍ୟଜୀବୀଙ୍କ ଯୋଗଦାନକୁ ସମ୍ମାନ ଜଣାଇବା ଏବଂ ମତ୍ସ୍ୟ ସମ୍ପଦର ଦୀର୍ଘସ୍ଥାୟୀ ପରିଚାଳନା ଲାଗି ବିଭିନ୍ନ ଉପାୟଗୁଡ଼ିକ ଉପରେ ବିଚାର ଆଲୋଚନା କରିବା ଲାଗି ଏକ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×