ଜାତୀୟ କୃଷକ ଦିବସ : ଅନ୍ନଦାତାଙ୍କ ପାଇଁ ଦିନେ

କୃଷକ ହେଉଛନ୍ତି ଆମ ଦେଶ ପ୍ରଗତିର ମାଧ୍ୟମ। କୃଷକ ନଥିଲେ ଦେଶରେ ଉନ୍ନତି ହୋଇପାରିବ ନାହିଁ। କୃଷକମାନେ ହେଉଛନ୍ତି ଆମ ଦେଶରେ ଖାଦ୍ୟଦାତା। କୃଷକର ବିକାଶ ଦିଗରେ ଦୃଷ୍ଟି ଦେବା ଏହି ଦିବସର ଶ୍ରେଷ୍ଠ କର୍ତ୍ତବ୍ୟ। ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ “କୃଷକ ଦିବସ” ରୂପେ ପାଳନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। କୃଷକଙ୍କ ପାଇଁ ତାଙ୍କ ଅବଦାନ ଏବଂ ପ୍ରଚେଷ୍ଟା ତାଙ୍କୁ କୃଷକମାନଙ୍କ ମସିହା ଭାବରେ ଏକ ନୂଆ ପରିଚୟ ଦେଇଥିଲା। ଛୋଟ ଅବଧିରେ ସେ କୃଷକଙ୍କ କଲ୍ୟାଣ ପାଇଁ ମହତ୍ତ୍ୱପୂର୍ଣ୍ଣ ଯୋଜନା ପ୍ରଣୟନ କରିଥିଲେ। ଚୌଧୁରୀ ଚରଣ ସିଂ ସବୁବେଳେ କୃଷକଙ୍କ ଅଧିକାର ରକ୍ଷା ପାଇଁ ସଂଘର୍ଷ କରୁଥିଲେ। ୧୯୭୮ ରେ ସେ କିସାନ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ସମାଜକୁ ନ୍ୟାୟର ମହତ୍ତ୍ୱ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଏକଜୁଟ କରିବା। କୃଷକମାନେ ହିଁ ଦେଶର ଅର୍ଥନୀତିର ମେରୁଦଣ୍ଡ। କୃଷକଟିଏ ମୁଣ୍ଡଝାଳ ତୁଣ୍ଡରେ ମାରି ଦେଶବାସୀଙ୍କୁ ଖାଦ୍ୟ ଯୋଗାଏ। ସେଥିପାଇଁ ତ ସେ ଅନ୍ନଦାତା। କୃଷକ ନିଜ ଝାଳ ବୁହାଇ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇଥାଏ। ଏହି ଦୃଷ୍ଟିରୁ ଦେଶର ପ୍ରତି ନାଗରିକ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଚରଣ ସିଂହ ଦେଶବାସୀଙ୍କୁ ଜଣାଇବାକୁ ଚାହୁଁଥିଲେ। ଏହି ଦିବସ ପାଳନ ହେବାର ଆଉ ଏକ କାରଣ ହେଲା କୃଷକଙ୍କର ଯୋଗଦାନକୁ ଲୋକଙ୍କୁ ଜଣାଇବା।

0

Leave A Reply

Your email address will not be published.

nineteen + 9 =