କୋରାପୁଟ କଫି କୁ ପ୍ରଶଂସା କଲେ ନରେନ୍ଦ୍ର ମୋଦି

କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏବେ ବୈଶ୍ୱିକ କଫି ମାନଚିତ୍ରରେ କୋରାପୁଟ ସ୍ଥାନ ପାଇପାରିଛି। କୋରାପୁଟ ଜିଲାର ପ୍ରାକୃତିକ ପରିବେଶରେ ଚାଷ କରାଯାଉଥିବା ସବୁଠୁ ପୁରାତନ କିସମର କଫି ଏବେ ବିଶ୍ୱ କଫି ପ୍ରତିଯୋଗିତାରେ ନିଜକୁ ଉତ୍କୃଷ୍ଟ ବୋଲି ସାବ୍ୟସ୍ତ କରିପାରିଛି। ଉଲ୍ଲେଖନୀୟ ଯେ, କୋରାପୁଟ କଫି ଚାଷର ଇତିହାସ ବହୁ ପୁରୁଣା। କଫି କହିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ରହୁଥିବା ଚାଷୀଙ୍କୁ ବୁଝାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨୬ ତମ ‘ମନ୍ କି ବାତ୍ ‘ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ବହୁ ମାତ୍ରାରେ ପ୍ରଶଂସା କରିଛନ୍ତି।

ମନ୍ କି ବାତ୍ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ବିଦେଶରେ ଭାରତୀୟ କଫିର ଚାହିଦା ରହିଛି ବୋଲି କହିଛନ୍ତି। କିନ୍ତୁ କୋରାପୁଟର କଫି ଅତ୍ୟନ୍ତ ସ୍ଵାଦିଷ୍ଟ ରହିଛି। ଦେଶ ବିଦେଶରେ କୋରାପୁଟ କଫିର ଚାହିଦା ବଢ଼ିବା ପରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି । ଏଥିପାଇଁ ଏକ ‘କଫି ମିଶନ୍’ ଗଠନ ଲାଗି ନିଷ୍ପତି ନେଇଥିଲେ। ରାଜ୍ୟର ସମସ୍ତ କଫି ଚାଷୀମାନେ କଫି ଚାଷ କରି ଲାଭବାନ ମଧ୍ୟ ହୋଇପାରୁଛନ୍ତି। ବର୍ତ୍ତମାନ ବିଶ୍ୱ ବଜାରର ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ସହିତ କୋରାପୁଟ କଫି ପ୍ରତିଦ୍ଵନ୍ଦିତା କରୁଛି। ସରକାର ସମସ୍ତ ପ୍ରୋତ୍ସାହନ ସହିତ ଚାଷୀଙ୍କୁ ବଜାର ସୁବିଧା ମଧ୍ୟ ଯୋଗାଇଦେଉଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×