ଷ୍ଟାର୍ଟଅପ୍ ଏକ ନୂତନ ଉଦ୍ୟମଶୀଳ ଉପକ୍ରମ କିମ୍ବା କମ୍ପାନୀ ଯାହାର ଲକ୍ଷ୍ୟ ଏକ ନୂତନ ଉତ୍ପାଦ, ପ୍ରକ୍ରିୟା, ସେବା ବିକାଶ ପ୍ରଦାନ କରି ବଜାର ଆବଶ୍ୟକତାକୁ ପୂରଣ କରିବା। ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୨୦୨୩ ମସିହାରେ ମିଲେଟ୍ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ ଜିତିଥିବା ମୁନିକୋ (ପୁଷ୍ଟିଶସ୍ୟ ଭିତ୍ତିକ ଷ୍ଟାର୍ଟଅପ୍)ର ପ୍ରତିଷ୍ଠାତା ଶ୍ରୀ ସତ୍ୟବ୍ରତ ମୁନି, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫ ର ଉଦଯାପନୀ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସମ୍ମାନିତ ହେବା ସହ ଶ୍ରୀ ଅନ୍ନ ଅଭିଯାନ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।
ଏହି ସମ୍ମିଳନୀରେ ପୁରସ୍କୃତ ହେବା ପରେ ସେ ଆଗକୁ ପୁଷ୍ଟିଶସ୍ୟ ଭିତ୍ତିକ ପଦାର୍ଥକୁ ଆହୁରି କିଛି ଉଚ୍ଚ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏକ ପ୍ରମୁଖ ବିଶ୍ୱ ନିବେଶ ସମ୍ମିଳନୀ, ଯାହାର ଲକ୍ଷ୍ୟ ହେଉଛି ରାଜ୍ୟକୁ ପୂର୍ବୋଦୟ ପରିକଳ୍ପନାର ଏକ ହବ୍ ତଥା ଭାରତରେ ଏକ ଅଗ୍ରଣୀ ପୁଞ୍ଜିନିବେଶ ଗନ୍ତବ୍ୟ ସ୍ଥଳ ଏବଂ ଶିଳ୍ପ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା। ପୂର୍ବ ଭାରତ ଦେଶର ପ୍ରଗତିର ଏକ ଅଭିବୃଦ୍ଧି ଇଞ୍ଜିନ୍ ହୋଇଛି ଓ ଏଥିରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ