ସଫଳ କୃଷି ଉଦ୍ୟୋଗୀ ହେବାରେ ସାହାଯ୍ୟ କରୁଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଚାଷୀଙ୍କୁ ଯୋଗାଉଛି ଆତ୍ମସନ୍ତୋଷ ଓ ଭଲ ଉପାର୍ଜନ। ଯାହାକୁ ନିଷ୍ଠାପର ପ୍ରଚେଷ୍ଟା ଦ୍ଵାରା ଏହି ଯୋଜନାକୁ ଆପଣେଇ ସମ୍ଭବ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲାର ସୋମନାଥପୁର ଅଞ୍ଚଳର ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି , ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଆର୍ଥିକ ସହାୟତା ପାଇ ପ୍ରସ୍ତୁତ କରୁଛନ୍ତି ଜୈବିକ ଗୋଖାଦ୍ୟ, କୁକୁଡ଼ା ଓ ମାଛ ଖାଦ୍ୟ। ଏହି ଉଦ୍ୟୋଗରୁ ସେ ବାର୍ଷିକ ୨୦ ରୁ ୨୨ ଲକ୍ଷ ଟଙ୍କା ଆୟ କରି ପାଲଟିଛନ୍ତି ଜଣେ ସଫଳ କୃଷି ଉଦ୍ୟୋଗୀ। ସେ ଜଣେ ଶିକ୍ଷିତ ଯୁବକ ହୋଇଥିଲେ ମଧ୍ୟ ନିଜର ୧୫ ବର୍ଷର ଚାକିରି ଜୀବନକୁ ପଛରେ ଛାଡି ଜଣେ କୃଷି ଉଦ୍ୟୋଗୀ ହେବା ପାଇଁ ପାଦ ଥାପିଥିଲେ।

ସେ ଏହି ଯୋଜନା ମାଧ୍ୟମରେ ଜୈବିକ ଗୋଖାଦ୍ୟ, କୁକୁଡ଼ା ଓ ମାଛ ଖାଦ୍ୟ ପ୍ରସ୍ତୁତ କରି ଚାଷୀଙ୍କ ପାଖରେ ପହଞ୍ଚାଇବାରେ ଅଗ୍ରସର ହେଉଛନ୍ତି। ସେ ଏହି ପ୍ରୋଜେକ୍ଟ ମାଧ୍ୟମରେ ୨୦ ରୁ ୨୨ ଜଣଙ୍କୁ କର୍ମ ସଂସ୍ଥାନ ମଧ୍ୟ ଯୋଗାଇଛନ୍ତି। ସେ ବାର୍ଷିକ ୨୦ ରୁ ୨୨ ଲକ୍ଷ ରୋଜଗାର କରିବା ସହ ୨୫ ଲକ୍ଷ ୭୨ ହଜାର ଟଙ୍କା ସବସିଡି ଆକାରରେ ମଧ୍ୟ ପାଇପାରିଛନ୍ତି। ନିଜର ଏହି ପ୍ରୋଜେକ୍ଟ ଆରମ୍ଭ କରିବା ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ସେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇପାରିଛନ୍ତି ବୋଲି କହିଛନ୍ତି। ନିଜର ବ୍ୟବସାୟରେ ଖୁସି ଥିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆପିକଲ ଓ କୃଷି ବିଭାଗକୁ ଅଶେଷ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×