ମୂଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା

ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକରାରଙ୍କର ପ୍ରଗତିଶୀଳ କୃଷି ନୀତି ଜରିଆରେ ନୂଆ ନୂଆ ପଦକ୍ଷେପ ସବୁ ହାତକୁ ନିଆଯାଉଅଛି। ଏହି କ୍ରମରେ କୃଷି ଭଳି ଏକ ପାରମ୍ପାରିକ କ୍ଷେତ୍ରକୁ ଶିଳ୍ପ ବା ଉଦ୍ୟୋଗରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ପରିକଳ୍ପନା କରିଛି ରାଜ୍ୟ କୃଷି ଓ ଶସକ୍ତି କରଣ ବିଭାଗ। ରାଜ୍ୟର କୃଷିଭାଇଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବା, ସେମାନଙ୍କର ଆୟ ବୃଦ୍ଧି କରିବା ଏବା କୃଷି ଓ ଆନୁଷାଙ୍ଗିକ କ୍ଷେତ୍ରରେ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବା ହେଉଛି ଏହି ଯୋଜନାରେ ମୁଖ୍ୟ ଉଦ୍ଦେଶ୍ୟ।

କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆପିକଲ୍ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ କରିଥାଏ। ଋଣ ଜମା ଖାତାର ମୀରର୍ ଆକାଉଣ୍ଟରେ ପ୍ରାପ୍ୟ ରିହାତି ରାଶିର ସର୍ବାଧିକ ୮୦% ଆଗୁଆ ଗଚ୍ଛିତ ରହିବ। କୃଷି ଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଉପଲବ୍ଧ ରିହାତି ପ୍ରଦାନ ପାଇଁ ଏହା ଏକ ସରଳ, ସ୍ୱଚ୍ଛ, ସମୟାନୁବର୍ତ୍ତୀ ତଥା ସମ୍ପୁର୍ଣ୍ଣ ଅନଲାଇନ୍ ପ୍ରକ୍ରିୟା। ମୁଖ୍ୟତଃ କୃଷି ଉଦ୍ୟୋଗ ପ୍ରତିଷ୍ଠା ଓ କୃଷକଙ୍କ ଆୟ ବୃଦ୍ଧି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। କୃଷି ଉଦ୍ୟୋଗ ପ୍ରତିଷ୍ଠାପାଇଁ ପ୍ରତ୍ସାହନ ରାଶି ଯୋଗାଇ ଦେଇ ଆସୁଅଛନ୍ତି ଓଡ଼ିଶା କୃଷି ପ୍ରତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼୍।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×