ବିଧାନସଭାରେ ଜୈବିକ କୃଷିକୁ ନେଇ ପ୍ରଶ୍ନ କଲେ ବିଧାୟକ

ରାଜ୍ୟରେ ଜୈବିକ ଚାଷର ଭାର କମ୍ ରହିଛି, ଚାଷୀମାନେ ଚାଷରେ ଅଧିକ ମାତ୍ରାରେ ରାସାୟନିକ ସାର ପ୍ରୟୋଗ କରିବାରେ ଲାଗିଛନ୍ତି। ଯାହାଦ୍ୱାରା ମାଟିର ଉର୍ବରତା କମ୍ ହେବାରେ ଲାଗିଛି। ଅଧିକ ରାସାୟନିକ ସାର ପ୍ରୟୋଗ ଦ୍ଵାରା ରାଜ୍ୟରେ କର୍କଟ ରୋଗ ବୃଦ୍ଧି ହେବାରେ ଲାଗିଛି। ତେଣୁ ବିଧାୟକ ଦୁର୍ଗାଚରଣ ତନ୍ତୀ ବିଧାନସଭାରେ ଜୈବିକ କୃଷିକୁ ନେଇ ଆଲୋଚନା କରିବା ସହ ପ୍ରଶ୍ନ ମଧ୍ୟ କରିଛନ୍ତି। ରାସାୟନିକ ସାର ପ୍ରୟୋଗ ବଦଳରେ ଜୈବିକ ସାର ପ୍ରୟୋଗ ଦ୍ଵାରା ମହାମାରୀ ଠାରୁ ସାଧାରଣ ଜନତା ଦୂରରେ ରହିପାରିବେ, ଏଥିପ୍ରତି ରାଜ୍ୟ ସରକାର ଏବଂ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଅଧିକ ଗୁରୁତ୍ବ ଦେବାରେ ଲାଗିଛନ୍ତି। ଜୈବିକ ପ୍ରଣାଳୀରେ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି।

ଜୈବିକ ପ୍ରଣାଳୀରେ ଚାଷ କରୁଥିବା ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବଳଭଦ୍ର ଯୋଜନା କରାଯିବା ପାଇଁ ଗୃହରେ ଆଲୋଚନା କରାଯାଇଛି। ରାଜ୍ୟରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଶସ୍ୟ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଦେଶ ବାହାରକୁ ଅର୍ଥାତ୍ ଦୁବାଇକୁ ରପ୍ତାନି କରାଯାଉଛି। ଢେଙ୍କାନାଳରେ ଉତ୍ପାଦିତ ଆମ୍ବ ଏବଂ ପଟନଗଡରର ଉତ୍ପାଦିତ ଡ୍ରାଗନ ଫ୍ରୁଟ୍ ମଧ୍ୟ ବାହାରକୁ ରପ୍ତାନି କରାଯାଉଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତଥା କୋରାପୁଟ, ମାଲକାନଗିରି ଭଳି ଅଞ୍ଚଳରେ ଅନେକ ଚାଷୀ ଜୈବିକ ଚାଷକୁ ଆପଣାଇବାରେ ଲାଗିଛନ୍ତି। ତେଣୁ ରାଜ୍ୟ ସରକାର ବଳଭଦ୍ର ଯୋଜନା ପ୍ରଣୟନ କରିଛନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×