ଏକାମ୍ର ଉତ୍ସବରେ ମିଲେଟ୍ ଫୁଡ୍ ଷ୍ଟଲ୍

ମିଲେଟ ଏବଂ ମିଲେଟ ପ୍ରସ୍ତୁତ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଶକ୍ତିମୟୀ ଫେଡେରେଶନର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ଏକ ମିଲେଟ ଶକ୍ତି ଫୁଡ୍ ଷ୍ଟଲ୍ ର ଆୟୋଜନ କରାଯାଇଛି। ଯାହାଦ୍ଵାରା ମିଲେଟ ପ୍ରସ୍ତୁତ ଆମ ବ୍ୟଞ୍ଜନ ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ, ଏଥିସହ ଦୈନନ୍ଦିନ ଜୀବନ ମଧ୍ୟ ସୁସ୍ଥ ରହିବ।

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି ବିଭିନ୍ନ ପ୍ରକାର ମିଲେଟ ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଏହାର ଉପକାରିତା ଏବଂ ପ୍ରଣାଳୀ ବିଷୟରେ ଲୋକଙ୍କୁ ଅବଗତ କରିବା। ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀର ଅନେକ ସଦସ୍ୟ ଯୋଗ ଦେଇଛନ୍ତି। ଓଡିଶା ମିଲେଟ ମିଶନ ଏବଂ ସରକାରଙ୍କ ତରଫରୁ ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହ ଯୋଗଦେଇଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଜଣାଯାଇଛି। ଆଗକୁ ଏମିତି ଅନେକ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ରଖାଯାଇଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×