ଶ୍ରୀ ପଦ୍ଧତିରେ ମାଣ୍ଡିଆ ରୁଆ

ନିଗିଡ଼ି ଦୋରସା ମାଟି ମାଣ୍ଡିଆ ଚାଷ ପାଇଁ ଖୁବ୍‌ ଭଲ। ମାଣ୍ଡିଆ ଚାଷ କରିବାକୁ ବିହନ ବୁଣିବା ପାଇଁ କିମ୍ବା ତଳି ରୋଇବା ପାଇଁ ବର୍ଷାଦିନେ ଜୁନ୍‌ ମାସ ହିଁ ଠିକ ସମୟ। ଚାଷୀମାନେ ଜମିକୁ ୨ ବା ୩ ଥର ଓଡ଼ ଗୁଣ୍ଡ ଚାଷ କରି ସେଥିରେ ଏକର ପ୍ରତି ୨ ଟନ୍‌ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ। ବଜାରରେ ଉପଲବ୍ଧ ତଥା ସରକାରଙ୍କ ଦ୍ୱାରା ଅନୁମୋଦିତ ବିହନ ଏକର ପ୍ରତି ୪ କେଜି ସଂଗ୍ରହ କରି ତାକୁ ଭଲ ଭାବେ ବିଶୋଧନ କରାଯାଏ। ବିହନ ବିଶୋଧନ କରିବା ନିମିତ୍ତ ୧ କେଜି ବିହନ ପାଇଁ ୨ ଗ୍ରାମ କାର୍ବେଣ୍ଡାଜିମ କିମ୍ବା ୩ ଗ୍ରାମ ଥିରାମ ଫିମ୍ପି ନାଶକ ବ୍ୟବହାର କରାଯାଏ।

ଶ୍ରୀ ପଦ୍ଧତିରେ ମାଣ୍ଡିଆ ଚାଷ କରିବା ପାଇଁ ମାଣ୍ଡିଆ ଚାରା ଗୁଡ଼ିକ ୧୨ ରୁ ୧୫ ଦିନର ହୋଇଗଲେ, ତଳିଶଯ୍ୟାରୁ ଏକ ଟିଣ ପାତିଆ ସାହାଯ୍ୟରେ ମାଟିରୁ ସାବଧାନତାର ସହ ତଳି ଉଠାଯାଏ, ଯେପରିକି ଚେରଗୁଡ଼ିକ ଅକ୍ଷତ ରହିବେ। ଚାରାଗୁଡ଼ିକ ଲଗାଇବା ପୂର୍ବରୁ ଉଭୟ ଧାଡିକୁ ଧାଡ଼ି ଓ ଗଛକୁ ଗଛ ୨୫ ସେମି ଦୂରତାରେ ଏକ ଚିହ୍ନ ଦିଆଯାଏ। ଚିହ୍ନିତ ସ୍ଥାନରେ ମାଟି ଭିତରକୁ ୨ ସେମି ଗଭୀର କରି ଅଳ୍ପ ଖତଦେଇ ଚାରାଗୁଡିକ ବର୍ଗାକାର ଚିହ୍ନିତ ସ୍ଥାନରେ ସିଧା ଭାବରେ ଲଗାଇ ମାଟି ଗୋଡ଼ାଇ ଦିଆଯାଏ। ତଳିଶଯ୍ୟାରୁ ତଳି ବା ଚାରା ଉପାଡ଼ିବାର ଅଧ ଘଣ୍ଟା ଭିତରେ ରୁଆ କାର୍ଯ୍ୟ ଶେଷ କରିବା ଆବଶ୍ୟକ। ପ୍ରତି ବୁଦାରେ ଗୋଟିଏ ଲେଖାଏଁ ତଳି ରୁଆଯାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×