କ୍ଷୁଦ୍ର ଜଳସେଚନ ଓ ବୁନ୍ଦା ଜଳସେଚନ ଅତ୍ୟନ୍ତ ଲାଭଦାୟକ

କ୍ଷୁଦ୍ର ଜଳସେଚନ ଓ ବୁନ୍ଦା ଜଳସେଚନ ପ୍ରଣାଳୀ ଏକ ଆଧୁନିକ ଜଳସେଚନ ପ୍ରଣାଳୀ। ଏହି ପ୍ରଣାଳୀରେ ଗଛକୁ ଆବଶ୍ୟକତା ଅନୁସାରେ ଜଳ ଯୋଗାଇ ଦିଆଯାଏ ଏବଂ ଜଳର ପରିମାଣ ଗଛର ବ୍ୟବହାରିକ ଜଳ ସଙ୍ଗେ ପ୍ରାୟେ ସମାନ ହୁଏ।ବୁନ୍ଦା ଜଳସେଚନ ଦ୍ୱାରା ସାଧାରଣତଃ ଫସଲ ଅମଳରେ ୩୦ ଶତକଡ଼ାରୁ ୨୦୦ ଶତକଡ଼ା ପର୍ଯ୍ୟନ୍ତ ବୃଦ୍ଧି ଘଟିଥାଏ। ପାରମ୍ପରିକ ଜଳସେଚନ ଦ୍ୱାରା ବହୁଳ ମାତ୍ରାରେ ଜଳ ନଷ୍ଟ ହେବାର ସମ୍ଭାବନା ଥାଏ। ଅନାବଶ୍ୟକ ସ୍ଥାନରେ ଜଳସେଚନ ହୁଏ ଏବଂ ଆଉ କିଛି ଜଳ ଆକରଣରେ ବାଷ୍ପୀଭୂତ ହୋଇଥାଏ। ତେଣୁ ଫସଲରେ ବୁନ୍ଦା ଜଳସେଚନ କରି ଭଲ ଅମଳ ପାଆନ୍ତୁ।

ବୁନ୍ଦା ଜଳସେଚନ ଦ୍ୱାରା ରୋଗ ପୋକର ଭୟ ମଧ୍ୟ ବହୁଳ ପରିମାଣରେ କମିଯାଏ।ସ୍ଵଳ୍ପ ଜଳ ଥିବା ଅଞ୍ଚଳ କିମ୍ବା ଗଡାଣିଆ ଅଞ୍ଚଳ ପାଇଁ ଏହା ଏକ ଉତ୍କୃଷ୍ଟ ଜଳସେଚନ ବ୍ୟବସ୍ଥା। ବୁନ୍ଦା ଜଳସେଚନ କରିବା ଦ୍ଵାରା ଫସଲରେ ଜଳର ଆବଶ୍ୟକତା କମ୍ ହେବା ସହିତ, ଅନାବନା ଘାସ ବୃଦ୍ଧି, ମୃତ୍ତିକା କ୍ଷୟ ଏବଂ ଚାଷ ଖର୍ଚ୍ଚ କମ୍ ହୋଇଥାଏ। ବୁନ୍ଦା ଜଳସେଚନ ପଦ୍ଧତି ନିମିତ୍ତ କ୍ଷେତରେ ଗଛକୁ ଗଛର ବ୍ୟବଧାନ ଏବଂ ଧାଡିକୁ ଧାଡ଼ି ବ୍ୟବଧାନ ଏକ ନିର୍ଦ୍ଦିଷ୍ଟ ଅନୁପାତ ଥିବାରୁ ଫସଲ ଅମଳରେ ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଥାଏ। ଏହାଦ୍ୱାରା କୃଷକ ଭାଇ ଓ ଭଉଣୀମାନେ ବହୁଳ ମାତ୍ରାରେ ଲାଭବାନ ହୋଇଥାନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×