ମାଣ୍ଡିଆ ଚାଷ ସୁକୁରୀଙ୍କ ମୁହଁରେ ଫୁଟାଇଛି ହସ

      ଓଡ଼ିଶାର କୋରାପୁଟ ଜିଲ୍ଲା ଲମ୍ପତାପୁଟ ବ୍ଲକ୍ ଡଲିଗୁଡ଼ା ଗ୍ରାମର ସୁକୁରୀ ଓଡାରି ଜଣେ ଭିନ୍ନକ୍ଷମ ମହିଳା ଚାଷୀ। ସୁକୁରୀ ଜଣେ ଭିନ୍ନକ୍ଷମ ମହିଳା ହୋଇଥିଲେ ମଧ୍ୟ ମାଣ୍ଡିଆ ଚାଷ କରି ସେ ଶସକ୍ତ ଏବଂ ସ୍ବାବଲମ୍ବୀ। ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ନିଜର ୧ ଏକର ଜମିରେ ମାଣ୍ଡିଆ ଚାଷ କରି ସୁନାର ଫସଲ ଫଳାଇଛନ୍ତି। ଉତ୍ପାଦିତ ମାଣ୍ଡିଆକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରି ବେଶ୍ ଲାଭବାନ ହୋଇଛନ୍ତି। ଅନ୍ୟର ଠାରରେ କଥା ବୁଝୁଥିବା ଭିନ୍ନକ୍ଷମ ମହିଳା ସୁକୁରୀ ମାଣ୍ଡିଆ ଚାଷ କରି ଏକ ସଫଳ ଚାଷୀ ଭାବରେ ନିଜର ନାମ ଲେଖାଇ ପାରିଛନ୍ତି। ଭିନ୍ନକ୍ଷମ ହେଲେ ମଧ୍ୟ କିଛି ଅର୍ଥ ଉପାର୍ଜନ କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ମାଣ୍ଡିଆ ଚାଷକୁ ସରକାରଙ୍କ ପ୍ରୋତ୍ସାହନ ବଳରେ ଦିନକୁ ଦିନ ମାଣ୍ଡିଆର ଚାହିଦା ବୃଦ୍ଧି ହେବା ସହ ରାଜ୍ୟରେ ମାଣ୍ଡିଆ ଚାଷର ହାର ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ମହିଳା, ଯୁବକ ଓ ଭିନ୍ନକ୍ଷମ ମଧ୍ୟ ମାଣ୍ଡିଆ ଚାଷକୁ ନିଜର ମୁଖ୍ୟ ବୃତ୍ତି ବୋଲି ଭାବି ଉନ୍ନତ ଚାଷ କରି ନିଜକୁ ସଫଳ ଚାଷୀ ଭାବେ ପରିଚିତ କରୁଛନ୍ତି। ବର୍ତ୍ତମାନ ମାଣ୍ଡିଆରୁ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି, ଯାହାକି ରାଜ୍ୟ ଏବଂ ରାଜ୍ୟ ବାହାରେ ମାଣ୍ଡିଆ ପ୍ରସ୍ତୁତ ପୁଷ୍ଟିଶସ୍ୟ ଖାଦ୍ୟର ବେଶ୍ ପ୍ରସାର ହେବାରେ ଲାଗିଛି। ଯାହାଦ୍ବାରା ରାଜ୍ୟରେ ମାଣ୍ଡିଆ ଉତ୍ପାଦନ ଏବଂ ମାଣ୍ଡିଆ ଚାଷ ବୃଦ୍ଧି ହେବାରେ ଲାଗିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×