ଧାନ ଫସଲର ପତ୍ରାଚ୍ଛଦ ପୋଡ଼ା ରୋଗ ପରିଚାଳନା

0

ସାଧାରଣତଃ ଏହି ଋତୁରେ ଧାନ ଫସଲର ପତ୍ରାଚ୍ଛଦ ପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ରହିଥାଏ। ଏହି ରୋଗ କାଣ୍ଡର ଜଳ ସଲଗ୍ନ ଅଂଶରୁ ଆରମ୍ଭ ହୋଇଥାଏ। ଧୂଷର-ସବୁଜ ବର୍ଣ୍ଣର ପାଣିଚିଆ, ଛୋଟ ଛୋଟ ଦାଗ ମାନ ପତ୍ରଛଦରେ ଦେଖାଯାଏ। ଏହା କ୍ରମଶଃ ଉପର ପତ୍ରାଛାଦ ଆଡ଼କୁ ଅଗ୍ରସର ହୋଇଥାଏ ଏବଂ ଦାଗ ଗୁଡ଼ିକର ଆକାର ଅଣ୍ଡାକାର କିମ୍ବା ବିଷମାକାର ହୋଇଥାଏ। ପତ୍ରାଚ୍ଛଦ ଗୁଡ଼ିକ ବିଶେଷ ଭାବେ ଆକ୍ରାନ୍ତ ହେଲେ କେଣ୍ଡା ବାହାରି ପାରେ ନାହିଁ କିମ୍ବା ଆ°ଶିକ ଭାବେ ବାହାରିଥାଏ। ଏଥିରେ ଥିବା ସମସ୍ତ ଧାନ, ଅଗାଡ଼ି ହେବା ସଙ୍ଗେ ସଙ୍ଗେ ବର୍ଣ୍ଣରେ ଅନେକ ପ୍ରଭେଦ ଦେଖାଯାଏ।

nano urea

ଏହି ରୋଗ ବିଶେଷକରି ରାଇଜୋକ୍ଟୋନିଆ ସୋଲାନି ନାମକ ଏକ କବକ ବା ଫିମ୍ପି ଜାତୀୟ ଜୀବାଣୁ ଦ୍ଵାରା ଉଦ୍ରେକ ହୋଇଥାଏ। ବାୟୁମଣ୍ଡଳର ତାପମାତ୍ରା ୨୮ ରୁ ୩୨ ଡିଗ୍ରୀ ସେଣ୍ଟିଗ୍ରେଡ଼୍ ଏବଂ କ୍ରମାଗତ ମେଘୁଆ ପାଗ ଦେଖାଦେଲେ ଏ ରୋଗର ପ୍ରକୋପ ବୃଦ୍ଧି ପାଏ। ଏହି ରୋଗର ପ୍ରତିକାର ପାଇଁ ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ୍ ଭିଟାଭାକ୍ସ ପାୱାର କିମ୍ବା ୨ ଗ୍ରାମ୍ କାର୍ବେଣ୍ଡାଜିମ୍ ଏବଂ ୧ କିଲୋଗ୍ରାମ୍ ଧାନ ବିହନ, ଏହି ଆନୁପାତିକ ହିସାବରେ ଧାନ ବିହନକୁ ୧୦-୧୨ ଘଣ୍ଟା ବତୁରାଇ ବୁଣିବା କିମ୍ବା ତଳି ପକାଇବା ଆବଶ୍ୟକ। ରୋଗ ଆରମ୍ଭ ହେବା ମାତ୍ରେ ୧ ଲିଟର ପାଣିରେ ୨ ମି.ଲି. ପ୍ରୋପିକୋନାଜୋଲ୍ କିମ୍ବା ୨ ଗ୍ରାମ୍ ବାଭିଷ୍ଟିନ୍ କିମ୍ବା କିଟ ଜିନ୍ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇ ପାରିବ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

1 × 1 =