ମାଣ୍ଡିଆ ଗଛର ପତ୍ର ପୋଡା ରୋଗ ପରିଚାଳନା

ପତ୍ରପୋଡା ରୋଗ ସାଧାରଣତଃ ଋତୁର ଆରମ୍ଭରେ ଦେଖାଦେଇଥାଏ, ବିଭିନ୍ନ ମାପର ହାଲୁକା ବାଦାମୀ କିମ୍ବା ଧଳା ଦାଗ ବୀଜପତ୍ର ଏବଂ ଗଛର ତଳ ପଟେ ଥିବା ପତ୍ରରେ ଦେଖାଦିଏ। ମୁଖ୍ୟତଃ ଅଧିକ ଦିନ ମେଘୁଆ ତଥା ଓଦା ପାଗ ରହିଲେ ଏହି ରୋଗ ଦେଖାଦେଇଥାଏ। ଏହି ରୋଗର ନିୟନ୍ତ୍ରଣ ସବୁବେଳେ ସମନ୍ୱିତ ଉପାୟରେ କରିବା ଆବଶ୍ୟକ, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପୟକୁ ମଧ୍ୟ ଧ୍ୟାନ ଦେବା ଦରକାର। ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ଭାବେ ଫସଲ ନିରୀକ୍ଷଣ କରିବା ଆବଶ୍ୟକ। ଅତ୍ୟଧିକ ଜଳସେଚନ ନକରିବା ସହ ଆକ୍ରାନ୍ତ ଗଛଗୁଡ଼ିକୁ ଓପାଡି ବାହାର କରିଦେବା ଉଚିତ୍।

ମାଣ୍ଡିଆର ପତ୍ରପୋଡ଼ା ରୋଗର ପରିଚାଳନା ପାଇଁ ଜମିରୁ ଜଳ ନିଷ୍କାସନ କରିବା ସହ ମାଟିରେ ଫାଟ ସୃଷ୍ଟି ହେଲା ପରେ ପୁନର୍ବାର ଜଳସେଚନ କରିବା ଆବଶ୍ୟକ। ପତ୍ରପୋଡ଼ା ରୋଗରେ ଆକ୍ରାନ୍ତ ପଟାଳି କିମ୍ବା କିଆରିକୁ ଶୁଖିଲା ରଖିବା ଆବଶ୍ୟକ। କିଆରୀ ବା ହୁଡାରେ ଥିବା ଅନାବନା ଘାସ ଓପାଡି ନଷ୍ଟ କରିଦେବା ଉଚିତ୍। ଏହାପରେ ୨୦ କି.ଗ୍ରା. ଗୋବରକୁ ୨୦୦ ଲିଟର ପାଣିରେ ଗୋଳାଇ ପତଳା କପଡ଼ାରେ ଛାଣି, ଏହି ମିଶ୍ରଣରେ ପୁଣି ୫୦ ଲିଟର ପାଣି ମିଶାଇ ପ୍ରତି ୧୦ ଦିନରେ ଥରେ ସିଞ୍ଚନ କରିବା ଉଚିତ୍। ମାଣ୍ଡିଆ କର ହେବା ପରେ ଜମିରେ ଥିବା ମାଣ୍ଡିଆ ମୂଳକୁ ପୋଡ଼ି ଦେବା ଆବଶ୍ୟକ ଏବଂ ମାଣ୍ଡିଆ ବିହନକୁ ବିଜାମୃତ ଦ୍ଵାରା ବିଶୋଧନ କରିବା ଆବଶ୍ୟକ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×