ନୟାଗଡ଼ରେ କାର୍ଯ୍ୟକ୍ଷମ ହେବ ବୃହତ ଜଳସେଚନ ପ୍ରକଳ୍ପ

କୃଷକ ଦେଶର ମେରୁଦଣ୍ଡ। କୃଷକର ଉନ୍ନତିରେ ଦେଶର ପ୍ରଗତି। ତେଣୁ କୃଷକମାନଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷ ଜମିଗୁଡିକ ଜଳ ସେଚିତ ହୋଇ ପାରିଲେ ସୁବିଧାରେ ଅଧିକ ପରିମାଣର ଫସଲ ଅମଳ ହେବା ସହ ଚାଷୀଙ୍କର ଉନ୍ନତି ହୋଇପାରିବ। ତେଣୁ ଜମିଗୁଡିକୁ ଜଳସେଚନର ସୁବିଧା କରିବାକୁ କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଚେକ୍‌ ଡ୍ୟାମ୍‌ ଆଦି ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି। କିନ୍ତୁ କେତେଜଣ ବିଭାଗୀୟ କର୍ମଚାରୀଙ୍କ ଅପାରଗତା ସେସବୁ ଯୋଜନାର ସୁଫଳ ଚାଷୀଙ୍କୁ ମିଳିବା ଆବଶ୍ୟକ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଦିଲ୍ଲୀ ଗସ୍ତରେ ଯାଇ ମାନନୀୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ସହ ଚାଷୀଭାଇମାନଙ୍କ ଜଳସେଚନର ସୁବିଧା ବିଷୟରେ ଆଲୋଚନା କରିଥିଲେ। ଯାହାଫଳରେ ନୟାଗଡ଼ ଜିଲ୍ଲାର ବୃତ୍ତାଙ୍ଗ ବୃହତ୍ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଅନୁମତି ମିଳିଛି। ଏହି ଖବର ପାଇ ସେହି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଖୁସିର ସମ୍ଭାର ଜାଗ୍ରତ ହୋଇଉଠିଛି। ଏହି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ଵାରା ୨୩,୦୦୦ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ମିଳିପାରିବ, ଏହାଦ୍ଵାରା ଦଶପଲ୍ଲା ଓ ନୟାଗଡ଼ ଅଞ୍ଚଳର ଅନେକ ଚାଷୀ ଲାଭବାନ ହୋଇପାରିବେ। ବିଶେଷକରି ଉତ୍ତମ ଜଳସେଚନ ଦ୍ଵାରା ଚାଷୀମାନେ ଭଲ ଅମଳ ପାଇବା ସହ ଲାଭବାନ ମଧ୍ୟ ହୋଇପାରିବେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×