ଏପଲ୍ ବେର, ଡ୍ରାଗନ ଫ୍ରୁଟ ଚାଷ କରି ପ୍ରେରଣା ସାଜିଛନ୍ତି ଜୁଲି ବେହେରା

କିଛି ନୂଆ କରିବାର ଆଶା ନେଇ ଧାମନଗର ବ୍ଲକ ଖଡିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ଜଣେ ମହିଳା ଶ୍ରୀମତି ଜୁଲି ବେହେରା ଆଧୁନିକ ପ୍ରଣାଳୀରେ ବହୁମୁଖି ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବହୁମୁଖୀ ଚାଷ କରି ସଫଳ ହୋଇଛନ୍ତି। ସାଢ଼େ ତିନି ଏକର ଜମିରେ ଏପଲ୍ ବେର୍ ଏବଂ ଡ୍ରାଗନ ଫ୍ରୁଟ୍ ଚାଷ କରି ଚଳିତ ବର୍ଷ ପ୍ରାୟ ଦଶ ଲକ୍ଷ ଟଙ୍କା ବ୍ୟବସାୟ କରିବା ପାଇଁ ଆଶା ରଖିଛନ୍ତି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଦଶ ଜଣ ବ୍ୟକ୍ତିଙ୍କୁ ରୋଜଗାର ଦେବା ପାଇଁ ମଧ୍ୟ ସେ ସକ୍ଷମ ହୋଇପାରିଛନ୍ତି।
ଶ୍ରୀମତୀ ଜୁଲି ପ୍ରାୟ ଅଢେଇ ଏକର ଜମିରେ ଏପଲ ବେର ଚାଷ କରିବା ମଧ୍ୟରେ ବଲ ସୁନ୍ଦରୀ, କାଶ୍ମୀରୀ ସୁନ୍ଦରୀ ଓ ଥାଇଗ୍ରିନ ଭଳି ତିନୋଟି ଉନ୍ନତ ପ୍ରଜାତିର ୧୨ ଶହ ଗଛ ଲଗାଇଛନ୍ତି। ବଞ୍ଚିତ ପ୍ରାୟ ଏକ ଏକର ଜମିରେ ୩ ହଜାର ଡ୍ରାଗନ ଫ୍ରୁଟ ଚାଷ କରି ସେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ଏତଦ୍ ବ୍ୟତୀତ ସେ ନଡ଼ିଆ, କଦଳୀ, ଲେମ୍ବୁ, ଗୁଆ, ସପେଟା, ଜାମରୋଲ ସହ ପନିପରିବା ଓ ଗେଣ୍ଡୁଫୁଲ ଚାଷ ମଧ୍ୟ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ସେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୫ ଲକ୍ଷ ଟଙ୍କା ଋଣ ନେଇଥିବା କହିଛନ୍ତି। ତାଙ୍କର ଏହି ସଫଳତା ଆଜି ଅଞ୍ଚଳର ଅନେକ ମହିଳାଙ୍କ ପାଇଁ ପ୍ରେରଣା ସାଜିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×