ଲୋକଙ୍କ ସରକାରରେ ବିବିଧ କୃଷି କଲ୍ୟାଣକାରୀ କାର୍ଯ୍ୟକ୍ରମ ମହିଳା ଚାଷୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ବାୟୋଫ୍ଲକ ପଦ୍ଧତିରେ ମାଛଚାଷ ପାଇଁ ସରକାରଙ୍କ ପ୍ରୋତ୍ସାହନ ସହ ଆର୍ଥିକ ସହାୟତା ବ୍ୟବସ୍ଥା ଖୋର୍ଦ୍ଧା ଜିଲ୍ଲାର ଝୁନୁରାଣୀ ପରିଡ଼ାଙ୍କୁ ସଫଳ ମହିଳା ମତ୍ସଚାଷୀର ପରିଚୟ ଦେଇଛି। ସେ ଏହି ପଦ୍ଧତିରେ ଗତ ୨୦୨୦ ମସିହାରୁ ମାଛ ଚାଷ କରିଆସୁଛନ୍ତି। ସମୁଦାୟ ୬ ଗୋଟି ଟାଙ୍କି ବ୍ୟବହାର କରି ସିଫାରୁ ଉନ୍ନତ ମାନର ଜାଆଁଳ ଆଣି ବିଭିନ୍ନ ପ୍ରକାର ମାଛ ଯଥା : ରୋହି, ଭାକୁର, ଚାନ୍ଦି, କ୍ଲାଷ୍ଟର ଆଦି ଚାଷ କରୁଛନ୍ତି।
ସେ ଏକ ଉଦ୍ୟୋଗୀ ମହିଳା ଚାଷୀ ଭାବେ ସରକାରଙ୍କ ବାୟୋଫ୍ଲକ ସୁବିଧାରେ ୬ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ନେଇ ୩ ଲକ୍ଷ ୬୦ ହଜାର ଟଙ୍କା ସବସିଡି ପାଇଛନ୍ତି। ମାଛ ଅମଳ ଏବଂ ପ୍ୟାକିଂ ସମୟରେ ସେ କେବଳ ଏକ ନୁହଁ ବରଂ ନିଜ ପରିବାର ସମେତ ଅନ୍ୟ ୩-୪ ଜଣଙ୍କୁ ସେ କର୍ମ ସଂସ୍ଥାନ ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ଷକୁ ପ୍ରାୟ ୨ ରୁ ୨.୫ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ନିଜର ପରିଶ୍ରମ ବଳରେ ପରିବାର ପ୍ରତିପୋଷଣ କରିବା ସହ ସଫଳ ମତ୍ସ୍ୟ ଚାଷୀ ଭାବେ ପରିଗଣିତ ହୋଇଛନ୍ତି। ତେଣୁ ସେ ମତ୍ସ୍ୟ ବିଭାଗ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ