ରାଜ୍ୟ ସହ ରାଜ୍ୟ ବାହାରେ ଦିନକୁ ଦିନ ମିଲେଟର ଚାହିଦା ବୃଦ୍ଧି ହେବାରେ ଲାଗିଛି। ସମସ୍ତ ଶ୍ରେଣୀର ଲୋକ ମିଲେଟକୁ ନିଜର ଦୈନନ୍ଦିନ ଖାଦ୍ୟ ସାମଗ୍ରୀରେ ସାମିଲ କରୁଛନ୍ତି। ଏମିତି କି ଲୋକମାନେ ସ୍ନାକ୍ସ ଠାରୁ ଆରମ୍ଭ କରି ମୁଖ୍ୟ ଖାଦ୍ୟ ପର୍ଯ୍ୟନ୍ତ ମିଲେଟ୍ ଭଳି ପୁଷ୍ଟିସାରଯୁକ୍ତ ଖାଦ୍ୟକୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିଛନ୍ତି। ମିଲେଟର ଚାହିଦା ଏବେ କର୍ଣ୍ଣାଟକ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି। ଜାନୁଆରୀ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୁରର ତ୍ରିପୁରାବାସିନୀ ସ୍ଥିତ ପ୍ୟାଲେସ ଗ୍ରାଉଣ୍ଡରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଅନୁଷ୍ଠିତ “ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ଜୈବିକ ଏବଂ ମିଲେଟ୍ସ”ର ଷଷ୍ଠ ସଂସ୍କରଣରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ସ୍ୱୟଂ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏକ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଷ୍ଟଲ ସ୍ଥାନ ପାଇ ବିଶେଷ ଆଦୃତ ହୋଇଛି।
ମିଲେଟ୍ସ ଭାରତର ପାରମ୍ପାରିକ ଖାଦ୍ୟ ଓ ଆଧୁନିକ ଖାଦ୍ୟ ମଧ୍ୟରେ ଥିବା ଦୂରତାକୁ ଦୂର କରୁଛି। ଏହା ସବୁଠୁ ଭଲ ଖାଦ୍ୟ ହେବା ସହ ସନ୍ତୁଳନ ପୋଷଣ ମଧ୍ୟ ଦିଏ। ମିଲେଟ୍ସ ଏମିତି ଏକ ଶସ୍ୟ, ଯାହାକି ଖାଦ୍ୟଶୈଳୀରେ ସକରାତ୍ମକ ଓ ବ୍ୟବସ୍ଥିତ ପରିବର୍ତ୍ତନକୁ ପ୍ରୋତ୍ସାହନ ହୋଇପାରିବ। ଏଥିସହ ସନ୍ତୁଳିତ ପୋଷଣକୁ ପ୍ରୋତ୍ସାହିତ କରିବା ସହ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ କରିବାରେ ସମର୍ପିତ ହେବ ମିଲେଟ୍ସ ଗ୍ରାହକଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତିବଦ୍ଧତା ଦିଗରେ ଏକ ପରିବର୍ତ୍ତନର ରାସ୍ତା ଅଟେ। ଏହା ପୋଷଣରେ କୌଣସି ବୁଝାମଣା ନକରି ଆଧୁନିକ ଓ ସ୍ବାସ୍ଥ୍ୟ ଏବଂ ଜୀବନଶୈଳୀ ପାଇଁ ମିଲ ମିଲେଟରୁ ପ୍ରସ୍ତୁତ ଉତ୍ପାଦ ପ୍ରଦାନ କରାଯାଇଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ