“ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ”

ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ “ଓଡ଼ିଶାର ଶ୍ରୀ ଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟ” ଶୀର୍ଷକ ବିଷୟବସ୍ତୁକୁ ନେଇ ଆଲୋଚନା କରାଯିବାର ଲକ୍ଷ୍ୟ ରହିଛି। ଏଥିସହ ଏହି ସମ୍ମିଳନୀ ମାଧ୍ୟମରେ କିଛି ପ୍ରମୁଖ ପଦକ୍ଷେପ ମଧ୍ୟ ରହିଛି ଯଥା, ସହଭାଗିତା ମାଧ୍ୟମରେ ଚାଷୀ ମାନଙ୍କ ଦ୍ଵାରା ଉତ୍ପାଦିତ ହେଉଥିବା ପାରମ୍ପରିକ ଫସଲ କିମ୍ବା କିସମର ତଥ୍ୟାବଳୀ ପ୍ରସ୍ତୁତ କରିବା, ସ୍ଥାନୀୟ ବିସ୍ତୃତ ଖାଦ୍ୟ ଓ ଶସ୍ୟର ବୈଜ୍ଞାନିକ ମୂଲ୍ୟାନ୍ଵୟନ ଏବଂ ପୋଷଣ ସମ୍ବଦ୍ଧୀୟ ତଥ୍ୟ ସଂଗ୍ରହ, ଗୋଷ୍ଠୀ ପରିଚାଳିତ ବିହନ ବ୍ୟାଙ୍କ୍ ସଂରକ୍ଷକ ଚାଷୀ, ବିଶେଷଜ୍ଞଙ୍କ ମାଧ୍ୟମରେ ବିହନ ସଂରକ୍ଷଣର ବ୍ୟାପକତା ଏବଂ କୃଷକଙ୍କ ଅଧିକାର ଓ ସେମାନଙ୍କ ଅଂଶଦାରିତାକୁ ସୁରକ୍ଷା ଦେବା।

ଏତଦ୍ ବ୍ୟତୀତ ସ୍ଥାୟୀ କୃଷି ମାଧ୍ୟମରେ ବିଲୁପ୍ତପ୍ରାୟ ଭୁ – ପ୍ରଜାତି କିମ୍ବା ଶସ୍ୟର ବ୍ୟବସାୟିକ ଭାବେ ଚାଷର ପ୍ରୋତ୍ସାହନ ଦେବା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦନ ସଂଗଠନ ଏବଂ ଉଦ୍ୟୋଗୀଙ୍କ ମାଧ୍ୟମରେ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ, ଖାଦ୍ୟ ପ୍ରସ୍ତୁତି, ବ୍ୟବସାୟୀକରଣ ଏବଂ ରପ୍ତାନିକୁ ବ୍ୟାପକ କରିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଦ୍ୟାଳୟ, ଅଙ୍ଗନବାଡ଼ି, ବଗିଚା, କ୍ରୀଡାବିତ୍, ବ୍ଲଗର ଓ ହୋଟେଲ ଆସୋସିଏସନ୍ ଆଦିରେ ସଚେତନତା ସୃଷ୍ଟି କରିବା ଏବଂ ବିସ୍ତୃତ ଶସ୍ୟ କିମ୍ବା ଖାଦ୍ୟର ବିଭିନ୍ନ ଦିଗ ଉପରେ ଗବେଷଣା ଓ ବହୁ ହିତାଧିକାରୀଙ୍କ ସହ ସହଭାଗିତା କରିବା ଭଳି ମୁଖ୍ୟ ପଦକ୍ଷେପ ରହିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×