୨.୬୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୦୮.୩୫ କୋଟି ଟଙ୍କାର ସୁଧ ଫେରସ୍ତ

ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ମିସନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଠାରେ ଉପମୁଖ୍ୟମନ୍ତ୍ରୀ ତଥା ମିସନ ଶକ୍ତିର ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡା ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସୁଧ ରିହାତି ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଏବଂ ମହିଳା ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା।
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ରାଜ୍ୟର ୨,୬୭,୧୩୧ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କର ବ୍ୟାଙ୍କ ଋଣ ଉପରେ ୨୦୮.୩୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି। ଏଥି ସହିତ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ସମୁଦାୟ ୩,୮୦,୭୬୩ ସ୍ଵୟଂ-ସହାୟକ ଗୋଷ୍ଠୀଙ୍କୁ ୭୨୪. ୩୯ କୋଟି ଟଙ୍କାର ବ୍ୟାଙ୍କ ଋଣ ସୁଧ ଫେରସ୍ତ କରାଯାଇଛି। ମୋଟ ୩,୫୧୦ଟି ଏସଏଚଜିକୁ ୬.୪୩ କୋଟି ଟଙ୍କା ରିଭଲଭିଂ ଫଣ୍ଡ ଭାବରେ ପ୍ରଦାନ କରାଯାଇଥିବା ବେଳେ, ୧୮୦ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ (GPLF)କୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ ଭାବରେ ୫୭.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ୧୦୧ଟି କ୍ଲଷ୍ଟର ସ୍ତରୀୟ ମହାସଂଘ କୁ ଭଲନରାବିଲିଟି ରିଡକ୍ସନ ଫଣ୍ଡ ଅଧୀନରେ ୧.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×