ବିକଶିତ କୃଷି ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ କୃଷି ରଥ ଶୁଭାରମ୍ଭ କଲେ ସରକାର

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ସମଗ୍ର ଦେଶରେ କୃଷିରେ ଏକତରଫା ପରିବର୍ତ୍ତନ ଆଣିବା ସହ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଏବଂ ଉତ୍ପାଦିତ ଦ୍ରବ୍ୟ ମାଧ୍ୟମରେ ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ପାଇଁ ସମଗ୍ର ଦେଶରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ କରିଛନ୍ତି। ଦେଶର ୭୦୦ ଜିଲ୍ଲାରେ ୨୦୦୦ ରୁ ଅଧିକ ବୈଜ୍ଞାନିକ ଦଳ ଗାଁ ଗାଁକୁ ଯାଇ ୧.୫ କୋଟିରୁ ଅଧିକ ଚାଷୀ ଭାଇଭଉଣୀ ମାନଙ୍କ ସହ ସିଧାସଳଖ ଆଲୋଚନା କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି। ବର୍ତ୍ତମାନ୍ ଚାଷୀ ଦେଶର ଅନ୍ନଦାତା ତେଣୁ ସେମାନଙ୍କୁ ମଜବୁତ୍ କରିବା ସରକାରଙ୍କ ସଂକଳ୍ପ।

ଓଡ଼ିଶାର କୃଷି ପ୍ରଧାନ ଅଞ୍ଚଳ ସମ୍ବଲପୁର ଜିଲ୍ଲା ରେଙ୍ଗାଳିଠାରେ ଅନୁଷ୍ଠିତ ବିକଶିତ କୃଷି ସଂକଳ୍ପ ଅଭିଯାନରେ କୃଷି ରଥ ଶୁଭାରମ୍ଭ କରାଯାଇଛି। ସମ୍ବଲପୁର ଜିଲ୍ଲାରେ ଚାଷ ହିଁ ଲୋକଙ୍କ ମୂଳ ଉତ୍ସ ହେବା ସହ ଜିଲ୍ଲା ଅର୍ଥନୀତିକୁ ସୁଦୃଢ କରିବାର ମୂଳ ପଥ। ତେଣୁ ଭବିଷ୍ୟତରେ ମାନ୍ୟବର କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଜିଲ୍ଲାର ଜଳସେଚନ ସୁବ୍ୟବସ୍ଥା ଠାରୁ ଆରମ୍ଭ କରି ପଶୁପାଳନ, ମତ୍ସ୍ୟ ଚାଷ, ଦୁଗ୍ଧ ଚାଷ ଆଦିର ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନାମାନ ଯୋଗାଇଦେବେ ବୋଲି ସ୍ପଷ୍ଟ କରିଛନ୍ତି। ସମ୍ବଲପୁରରେ ଉତ୍ପାଦନ ହେଉଥିବା ଫଳ ଏବଂ ପନିପରିବାକୁ ସୁୁ ସଂରକ୍ଷଣ କରିବା ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହ ବିଦେଶକୁ ରପ୍ତାନି କରିବା ପାଇଁ ବ୍ୟବସ୍ଥା କରାଯାଉଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×