ଆଇଏଏସ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ

ମାନ୍ୟବର ସରକାର ଆଇଏଏସ ଅରବିନ୍ଦ ପାଢୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। ଅରବିନ୍ଦ ପାଢ଼ୀ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଅର୍ଥାତ ୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ହେବା ସହ ଏବେ କୃଷି ସଚିବ ଦାୟିତ୍ୱରେ ମଧ୍ୟ ରହିଛନ୍ତି ଅରବିନ୍ଦ ପାଢ଼ୀ।ବଡ଼ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ହେବା ବେଳେ ଅଘଟଣକୁ ନେଇ ସରକାର ଚାପରେ ଥିବାବେଳେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନିଯୁକ୍ତ ହୋଇଛନ୍ତି।

ଅରବିନ୍ଦଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅଭିଜ୍ଞତା ରହିଛି । ଚଳିତ ବର୍ଷ ମେ’ ମାସରେ ଅରବିନ୍ଦ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନେଇଥିଲେ। ଅରବିନ୍ଦ 2012ରୁ 2014 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିଲେ । ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ସବୁ ବର୍ଗଙ୍କ ବିଶ୍ଵାସ ଭାଜନ ହୋଇଥିଲା। ଦାୟିତ୍ୱ ମିଳିବା ପରେ ଭକ୍ତଙ୍କ ମନରେ ଲାଗିଥିବା ଆଘାତକୁ ପ୍ରଶମିତ କରିବା ଅରବିନ୍ଦଙ୍କର ପ୍ରଥମ କାର୍ଯ୍ୟ ହେବ। ଶ୍ରୀମନ୍ଦିର ପ୍ରଶାସନକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଖରାପ ଭାବନା ଦୂର କରିବା, ଏଭଳି ଘଟଣା ଯେମିତି ନ ଘଟେ ସେଥିପାଇଁ ରଣନୀତି କାରିବା, ମହାପ୍ରଭୁଙ୍କ ଯାତ୍ରାକୁ ସୁରୁଖୁରୁରେ ସାରିବା ତାଙ୍କର ଗୁରୁ ଦାୟିତ୍ୱ ରହିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×