୨୬ ଟି ନୂଆ ଯୋଜନାର ଶୁଭାରମ୍ଭ କଲେ ମାନ୍ୟବର ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଓ କିସାନ ସଶକ୍ତିକରଣ ବିଭାଗର ୨୬ଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେ ରାଜଧାନୀର ପାଣ୍ଡରାଠାରେ ଏକ ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଯୋଗ ଦେଇଛନ୍ତି। ଏହି ଅବସରରେ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ଓ ‘ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ’ର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଏହି ଯୋଜନା ଅନ୍ତର୍ଗତ ଦେଶର ୧୦୦ ଟି କୃଷି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଓଡ଼ିଶାର ୪ଟି ଜିଲ୍ଲା ରହିଥିବାବେଳେ କୃଷି ଉତ୍ପାଦନ ବୃଦ୍ଧି ସହ ଫସଲ ବିବିଧତା, ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଗ୍ରହଣୀୟତା ବୃଦ୍ଧି, ଅମଳ ପରବର୍ତ୍ତୀ ଫସଲ ସଂରକ୍ଷଣ ଏବଂ ଜଳସେଚନ ଆଦି ବ୍ୟବସ୍ଥାକୁ ଏହି କୃଷି କଲ୍ୟାଣକାରୀ ଯୋଜନାଗୁଡ଼ିକ ଆହୁରି ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ଭାରତରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜନ୍ମଦିବସ। ଏହି ଅବସରରେ ଆଜି କୋଟି କୋଟି କୃଷକଙ୍କ ଲାଗି ୩୫ ହଜାର କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ ହୋଇଛି।

ଉପସ୍ଥାପନା- ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×