ସବୁଜ ସାର ମୃତ୍ତିକାର ଉର୍ବରତା ଓ ଫସଲ ଉତ୍ପାଦନ ବୃଦ୍ଧିର ଉତ୍ସ

ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବା ପାଇଁ ଯେ କୌଣସି ଉପାୟରେ ଜମିର ଉର୍ବରତା ବଢ଼ାଇବା ଦରକାର । ଅନ୍ୟ ପକ୍ଷରେ ଆମ ଦେଶରେ ଦିନକୁ ଦିନ ଲୋକସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ସୀମିତ ଜମିରୁ ଅଧିକ ଖାଦ୍ୟଶସ୍ୟ ଉତ୍ପନ୍ନ କରିବା ପାଇଁ ସବୁଜ ସାର ନିତାନ୍ତ ଆବଶ୍ୟକ।ମୁଖ୍ୟ ଫସଲ ବୁଣିବା ଓ ରୋଇବା ପୂର୍ବରୁ, ମୃତ୍ତିକାରେ ସବୁଜ ସାର ପ୍ରୟୋଗ କଲେ, ମୃତ୍ତିକାର ଉର୍ବରତା ବଢିଥାଏ ଓ ଫସଲର ଉତ୍ପାଦନ ବୃଦ୍ଧି ପାଇଥାଏ। ଅଳ୍ପଦିନ ମଧ୍ୟରେ ଅଧିକ ତାଳପତ୍ର ଉପୁଯାଇ ହୁ ହୁ ହୋଇ ଶୀଘ୍ର ବଢିପାରୁଥିବା ଏବଂ ଚାଷ କରି ଦେଲାପରେ ମାଟିରେ ଶୀଘ୍ର ସଢିପାରୁଥିବା ଫସଲ ସବୁଜସାର ପାଇଁ ଉପଯୁକ୍ତ।ବେଶୀ ଦିନ କଅଁଳ ରହୁଥିବା ଛୁଇଁ ଜାତୀୟ ଫସଲ ସବୁଜ ସାର ପାଇଁ ବିଶେଷ ଉପଯୁକ୍ତ । ଏହା ଶୀଘ୍ର ସଢି ପାରୁଥିବା ଉଚିତ୍।

ଧଣିଚା, ବରଗୁଡ଼ି, ଛଣ, ମୁଗ ଓ ବିରି ଆଦି ଡାଲି ଜାତୀୟ ଫସଲକୁ କଅଁଳ ସବୁଜ ଅବସ୍ଥାରେ ମାଟିରେ ମିଶାଇବାକୁ ସବୁଜ ସାର ପ୍ରୟୋଗ କୁହାଯାଏ। ସବୁଜ ସାର ପ୍ରସ୍ତୁତି ପାଇଁ ଧଣିଚା, ମୁଗ ଓ ବିରି, ହେକ୍ଟର ପ୍ରତି ୩୦-୪୦ କି. ଗ୍ରା. ବିହନକୁ ପହିଲି ବର୍ଷା ପରେ ଜମିକୁ ହଳ କରି ବୁଣିଦିଆଯାଏ। ଗଛ ୪୦-୫୦ ଦିନ ହେଇଗଲାପରେ ବିଲରେ ୫-୧୦ ସେ.ମି ପାଣି ରଖି ଏହାକୁ ହଳ କରି ମାଟିରେ ମିଶାଇ ଦିଆଯାଏ। ଅଥବା ଅନ୍ୟାନ୍ୟ ଛୁଇଁ ଜାତୀୟ ଗଛ ଯଥା: ସୁବାବୁଲ, ଚାକୁଣ୍ଡା ଓ ଅଗସ୍ତି ଆଦିର ପତ୍ରକୁ କାଟି ଆଣି ଏକର ପ୍ରତି ୪-୫ ଟନ୍ ମାଟିରେ ପକାଇ ମିଶାଇ ଦିଆଯାଇପାରିବ। ଏହାକୁ ସବୁଜ ପତ୍ର ସାର କୁହାଯାଏ। ଏହି ସବୁଜ ସାରରେ ସାଧାରଣତଃ ହେକ୍ଟର ପ୍ରତି ଜମିକୁ ୪୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×