ସବୁଜ ସାର ପ୍ରୟୋଗ ଏକ ସ୍ଵଳ୍ପ ମୂଲ୍ୟ କିନ୍ତୁ ପ୍ରଭାବଶାଳୀ ବିକଳ୍ପ

ସବୁଜ ସାର ପ୍ରୟୋଗ ଏକ ସ୍ଵଳ୍ପ ମୂଲ୍ୟ କିନ୍ତୁ ପ୍ରଭାବଶାଳୀ ବିକଳ୍ପ ଯାହାକି ସାର ପାଇଁ ଖର୍ଚ୍ଚ କମାଇବା ସହ ଉତ୍ପାଦକତାକୁ ସୁରକ୍ଷିତ କରିଥାଏ। ସବୁଜ ସାର କୀଟନାଶକ, ତୃଣକ ଓ ବିଭିନ୍ନ ଶସ୍ୟ ରୋଗର ଜୀବନଚକ୍ରକୁ ମଧ୍ୟ ଭାଙ୍ଗିଥାଏ। ସବୁଜ ସାରକୁ କାଟି ମାଟିରେ ହଳ କରାଯାଇପାରିବ କିମ୍ବା ଜମିକୁ ଚାଷ କରିବା ପୁର୍ବରୁ ଦୀର୍ଘ ସମୟ ପାଇଁ ଭୂମିରେ ଛାଡ଼ି ଦିଆଯାଇପାରିବ। ସବୁଜ ସାର ଫସଲ ମୃତ୍ତିକାର ନିମ୍ନ ସ୍ଥରରୁ ପୋଷାକ ତତ୍ତ୍ଵ ଗ୍ରହଣ କରେ ଏବଂ ହଳ କରିବା ବେଳେ ଭୂପୃଷ୍ଠରେ ଛାଡିଦିଏ। ସବୁଜ ସାର ମୃତ୍ତିକାର ଉର୍ବରତା ବୃଦ୍ଧି କରିଥାଏ ଯାହାଦ୍ଵାରା ଫସଲ ଅମଳରେ ମଧ୍ୟ ବୃଦ୍ଧି ହୋଇଥାଏ।

ଧାନ ଚାଷରେ ସବୁଜ ସାର ପାଇଁ ଫସଲର ମାସେ କିମ୍ବା ଦେଢମାସ ପୂର୍ବରୁ ଲଗାଯାଏ। ଏଥିପାଇଁ ମାଟିରେ ବତର ଥିବା ସମୟରେ ଏକର ପିଛା ୧୦-୧୨ କିଲୋଗ୍ରାମ ଧଣିଚା କିମ୍ବା ୧୬ କିଲୋଗ୍ରାମ ବିରି ବା ମୁଗ ଛଟାବୁଣା ପଦ୍ଧତିରେ ଲଗାଯାଏ। ଫୁଲ ଆସିବା ପୂର୍ବରୁ ମଇ ଦେଇ ଗଛକୁ ଶୁଆଇ ଦିଆଯାଏ ଏବଂ ଜମିରେ ଅଳ୍ପ ପାଣି ରଖାଯାଇ ହଳକରି ଗଛକୁ ମାଟିରେ ମିଶାଯାଏ। ଏହାପରେ ଧାନ ରୁଆ ଯାଏ। ବୁଣା ଧାନର ବିହନ ସହିତ ମିଶାଇ ଧଣିଚା ବୁଣାଯାଇପାରେ। ବେଉଷଣ ବେଳେ ହଳ କରିଦେଲେ ଏହା ମାଟିରେ ମିଶି ଯାଇଥାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×