ଜଳସେଚନ ପାଇଁ ସରକାରଙ୍କ ନୂଆ ପ୍ରୟାସ

ଚାଷ ଓ ଚାଷୀଙ୍କ ପାଇଁ ସରକାରଙ୍କ ଦ୍ଵାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଚାଷ ଓ ଚାଷୀଙ୍କ ସମୃଦ୍ଧି ସହ ରାଜ୍ୟର ପ୍ରଗତିଧାରାକୁ ତ୍ୱରାନ୍ୱିତ କରୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୨୨୭ କୋଟି ଟଙ୍କାର ୧୮ ଟି ବୃହତ ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହାଦ୍ବାରା କୃଷି ଓ ଜଳସେଚନ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିଛି। ରାଜ୍ୟ ସରକାର ୨୦୨୯ ସୁଦ୍ଧା ଅତିରିକ୍ତ ୧୫ ଲକ୍ଷ୍ୟ ହେକ୍ଟର ଜମିକୁ ଜଳ ସେଚନ କରିବାର ଲକ୍ଷ୍ୟ ରଖିଛନ୍ତି। ଚାଷୀର କଲ୍ୟାଣ ଓ କୃଷିର ବିକାଶ ପାଇଁ ଉପଯୁକ୍ତ ଜଳସେଚନ ନିତାନ୍ତ ଜରୁରୀ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଚଳିତ ବର୍ଷ ବଜେଟରେ ୧୪ ହଜାର ୮୪୧ କୋଟି ୭୨ ଲକ୍ଷ ୯୨ ହଜାର ଟଙ୍କାର ବ୍ୟୟବରାଦ କରିଛନ୍ତି। ୧୮ ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ସହ ୧୦୦ ଟି ଚେକ୍ ଡ୍ୟାମ୍ ଓ ୪ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ଲୋକାର୍ପିତ କରାଯାଇଛି। ରାଜ୍ୟରେ ଖୁବ୍ ଶୀଘ୍ର ନୂତନ ଜଳ ନୀତି ଲାଗୁ କରାଯିବ ବୋଲି ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ଚାଷକାର୍ଯ୍ୟ ପାଇଁ ଜଳସେଚନ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×