ଲଘୁଚାପଜନିତ ବର୍ଷା ପାଇଁ କ୍ଷେତ୍ର, ଚାଷ ଏବଂ ରୋଗ ପରିଚାଳନା

ବର୍ତ୍ତମାନର ପାଣିପାଗ ପରିସ୍ଥିତି ହିସାବରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ପାଇଁ ଧାନ ଓ ପନିପରିବାରେ ରୋଗ ଓ ରୋଗପୋକ ବୃଦ୍ଧି ହେବାର ସମ୍ଭାବନା ରହିଛି, ତେଣୁ ନିୟମିତ କ୍ଷେତ ନିରୀକ୍ଷଣ କରିବା ଆବଶ୍ୟକ। ଧାନ ରୋପଣ ସମୟରେ ଆବଶ୍ୟକୀୟ ପାଣି ରହିବା ଉଚିତ୍ ଏବଂ ଧାନ ରୋପଣର ୨୧ ଦିନ ପରେ ଏକର ପିଛା ୧୬ କିଗ୍ରା ଯବକ୍ଷାରଜାନ ସାର ପ୍ରୟୋଗ ନିତାନ୍ତ ଜରୁରୀ। ବାଇଗଣ, କଲରା, କଖାରୁ, କାକୁଡ଼ି ଆଦି ଫସଲରେ ଝାଉଁଳା ଏବଂ କାଙ୍କେଡ଼ିଆ ପୋକ ଲାଗିବାର ଆଶଙ୍କା ରହିଛି। ଗଛ ଝାଉଁଳି ପଡ଼ିଲେ ଗଛକୁ ଓପାଡି ଫିଙ୍ଗିଦେବା ସହ ଗଛ ମୂଳରେ ନିମ୍ବ କିମ୍ବା କରଞ୍ଜ ପିଡ଼ିଆ ଦିଆଯାଇ ରୋଗର ନିୟନ୍ତ୍ରଣ କରିବା ଆବଶ୍ୟକ।

ଲଘୁଚାପଜନିତ ବର୍ଷା ପାଇଁ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି, ତେଣୁ ଚାଷୀମାନେ ନାଳ ଶେଷ ଭାଗ ଖୋଲାରଖି ନାଳ ସଫ କରିବା ସହ ଫସଲ କ୍ଷେତରୁ ଅଧିକ ଜଳ ନିଷ୍କାସନ କରିବାର ବ୍ୟବସ୍ଥା ରଖିବା ଦରକାର। ଏତତବ୍ୟତିତ ଜୁଲାଇ ଏବଂ ଅଗଷ୍ଟ ମାସ ଆମ୍ବ ରୋପଣର ପ୍ରକୃଷ୍ଟ ସମୟ ଅଟେ। ଆମ୍ବ ଚାରା ରୋପଣ କରିବା ସମୟରେ ଉପଯୁକ୍ତ ଆକାର ଓ ଦୂରତାରେ ଗର୍ତ୍ତ ଖୋଳି ଲଗାଯାଇଥାଏ। ଲଗାଇବା ସମୟରେ ଆବଶ୍ୟକ ପରିମାଣର କମ୍ପୋଷ୍ଟ ଖତ ଏବଂ ସାର ପ୍ରୟୋଗ କରାଯିବା ଉଚିତ୍। ଏହି ସମୟକୁ ଆଖିଆଗରେ ରଖି ପଶୁପାଳନ କରୁଥିବା ଚାଷୀ ମାନେ ଉପଯୁକ୍ତ ସମୟରେ ପଶୁମାନଙ୍କୁ ଟୀକାକରଣ ମଧ୍ୟ କରିନେବା ଉଚିତ୍।

ଉପସ୍ଥାପନା – ମୀରା ମହାନ୍ତି

Spread the love

Leave a Comment

Your email address will not be published. Required fields are marked *

Scroll to Top
×