ଆସନ୍ତା ବର୍ଷା ପରିସ୍ଥିତିକୁ ନେଇ ଚାଷ ପ୍ରଣାଳୀ ଓ ରୋଗ ପରିଚାଳନା

 ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁୟାୟୀ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ତେଣୁ କୃଷକମାନେ ନାଳ ଶେଷ ଭାଗ ଖୋଲା ରଖି ନାଳ ସଫା କରିବା ଉଚିତ କାରଣ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ହେବାର ସମ୍ଭାବନା ରହିଛି। ଧାନ ଫସଲ କ୍ଷେତରେ ୨-୩ ସେମି ଜଳ ରଖିବା ସହ କ୍ଷେତର ହିଡକୁ ମଜବୁତ୍ କରିବା ଆବଶ୍ୟକ। ବର୍ଷା ପରେ ଧାନରେ ରୋଗ ପୋକ ଲାଗିବାର ଦେଖାଦେଇପାରେ, ତେଣୁ ଏହାର ନିରାକରଣ ପାଇଁ ଆବଶ୍ୟକୀୟ କୀଟନାଶକ ପ୍ରୟାଗ କରିବା ଆବଶ୍ୟକ। କେବଳ ପ୍ରୟୋଗ କରିବା ନୁହଁ ବରଂ ପରେ ଏହାର ତଦାରଖ କରିବା ଆବଶ୍ୟକ।

ଏତତ୍ ବ୍ୟତୀତ କଲରା, କାକୁଡି ଓ ଅନ୍ୟାନ୍ୟ ଡଙ୍କ ଜାତୀୟ ଫସଲରେ ବିଭିନ୍ନ ଭୂତାଣୁ ଜନିତ ରୋଗ ଓ ପତ୍ର ସୁଡଙ୍ଗୀ ପୋକ ଦେଖାଦେବାର ଆଶଙ୍କା ରହିଛି, ତେଣୁ ଏହାର ନିରାକରଣ ପାଇଁ ଏକର ପ୍ରତି ଆବଶ୍ୟକୀୟ କୀଟନାଶକ ପ୍ରୟୋଗ କରିବା ଆବଶ୍ୟକ। ବାଇଗଣ ଫସଲରେ ଝାଉଂଳା କିମ୍ବା ଆଂଶିକ ଝାଉଂଳା ରୋଗ ଦେଖାଗଲେ ଆକ୍ରାନ୍ତ ଗଛକୁ ଓପାଡି ଦେବା ଉଚିତ୍ ଓ ଗଛ ମୂଳରେ ନିମ୍ବ କିମ୍ବା କରଞ୍ଜ ପିଡିଆ ପ୍ରୟୋଗ କରିବା ଉଚିତ୍। ପ୍ରତି ଲିଟର ପାଣିରେ ୧ ମି.ଲି. କବକ ନାଶକ ଟେବୁକୋନାଜୋଲ କୁ ମିଶାଇ ଗଛ ମୂଳ ଓ ପତ୍ରକୁ ସିଂଚନ କରିବା ନିତାନ୍ତ ଜରୁରୀ। ମାଛ- ପୋଖରୀ ଜଳର ପ୍ରବାହିତ ହେତୁ ସ୍ଥାନାନ୍ତରଣକୁ ରୋକିବା ପାଇଁ ପୋଖରୀ ଚାରିପାଖରେ ପ୍ଲାଷ୍ଟିକ୍ ଜାଲ ରଖିବା ଆବଶ୍ୟକ।

ଉପସ୍ଥାପନା – ମୀରା ମହାନ୍ତି

Spread the love

Leave a Comment

Your email address will not be published. Required fields are marked *

Scroll to Top
×