ରବି ଧାନ ପରିଚାଳନା ଦିଗରେ JSW ତରଫରୁ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଲୋକ ମାନଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ଗଠନ ଦିଗରେ JSW ସବୁବେଳେ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଛି। ଚାଷ ଓ ଚାଷୀର ମହତ୍ତ୍ଵ କୁ ଉପଲବ୍ଧି କରି JSW ନିଜର ଅନନ୍ୟ କାର୍ଯ୍ୟକ୍ରମ ମାନ ହାତକୁ ନେଇଛି। ଚାଷୀଙ୍କ ମଧ୍ୟରେ ଚାଷ ସମ୍ବନ୍ଧୀୟ ଉପଯୁକ୍ତ ଜ୍ଞାନ କୌଶଳର ବିକାଶ ସହ ସେମାନଙ୍କୁ ନୂତନ ମାର୍ଗଦର୍ଶନ ଦେବାରେ JSW ପ୍ରମୁଖ ଭୂମିକା ନେଇଛି।

ଏହି ପରିପ୍ରେକ୍ଷୀରେ JSW ତରଫରୁ ଗୋବିନ୍ଦପୁର ଗ୍ରାମରେ କୃଷକ ମାନଙ୍କ ପାଇଁ ସଚେତନତା କର୍ମଶାଳା ଆୟୋଜନ କରାଯାଇଛି। ଚାଷୀ ମାନଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ ହେବା ସହ ରବି ଋତୁ ଧାନ ଫସଲର ସମନ୍ୱିତ ପରିଚାଳନା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ରବି ଧାନରେ ସମନ୍ୱିତ ପୋଷଣ , ରୋଗପୋକ ପରିଚାଳନା ସହ ମୃତ୍ତିକାର ଗୁଣବତ୍ତା ଦିଗରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା। ଚାଷୀ ମାନେ କିପରି ଅଧିକ ଅମଳ କରିପାରିବେ , ସେ ଦିଗରେ ସ୍ଵତନ୍ତ୍ର ଆଲୋଚନା ମଧ୍ୟ କରାଯାଇଥିଲା । କୃଷକ ଓ କୃଷି ର ବିକାଶ ଦିଗରେ JSW ର ଏମିତି ପଦକ୍ଷେପ ସତରେ ପ୍ରସଂଶନୀୟ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×