ଚାଷୀଙ୍କୁ ମିଳିଲା ପିଏମ କିଷାନ ଯୋଜନାର ୨୦ ତମ କିସ୍ତି

ମାନ୍ୟବର ସରକାରଙ୍କ ପ୍ରତିଶ୍ରୁତି କ୍ରମେ ପ୍ରତି ବର୍ଷ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଷୀଙ୍କୁ ପିଏମ କିଷାନ୍ ଟଙ୍କା ପ୍ରଦାନ କରାଯାଉଛି। ଏହି ପର୍ଯ୍ୟାୟରେ ଆଜି ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ନିଧିର ୨୦ ତମ କିସ୍ତି। ଅନ୍ନଦାତାଙ୍କୁ ସମ୍ମାନ-ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ଯୋଜନାରେ ଦେଶର ୯ କୋଟି ୭୦ ଲକ୍ଷ ଅନ୍ନଦାତା କୃଷକ ଉପକୃତ ହେବେ। ସମୁଦାୟ ୨୦ ହଜାର ୫ ଶହ କୋଟିରୁ ଅଧିକ ରାଶି ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ମାନ୍ୟବର ସରକାରଙ୍କ ଏହି ସହାୟତା ବଳରେ ଚାଷୀମାନେ ନିଜର ଚାଷକାର୍ଯ୍ୟ ପାଇଁ ଉପକୃତ ହୋଇପାରୁଛନ୍ତି। ରାଜ୍ୟରେ ଅଧିକାଂଶ ଚାଷୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ରହିଛନ୍ତି। ଏଥି ମଧ୍ୟରୁ ୮୫ ପ୍ରତିଶତରୁ ଅଧିକ ହିତାଧିକାରୀ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ। ପିଏମ୍ କିଷାନର ୪ ହିତାଧିକାରୀଙ୍କ ମଧ୍ୟରୁ ଜଣେ ମହିଳା ହିତାଧିକାରୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ପଦକ୍ଷେପର ଲକ୍ଷ୍ୟ ରାଜ୍ୟ ସାରା ଚାଷୀଙ୍କ ପାଇଁ ଅନ୍ତର୍ଭୁକ୍ତିମୂଳକ ସହାୟତା ସୁନିଶ୍ଚିତ କରିବା, ସେମାନଙ୍କ ଜୀବିକା ବୃଦ୍ଧି କରିବା ଏବଂ କୃଷି ଉତ୍ପାଦକତାରେ ଉନ୍ନତି ଆଣିବା।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×