ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିଶ୍ରୁତି କ୍ରମେ ଆଜିର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଖାତାକୁ ସିଏମ୍ କିଷାନ ବାବଦରେ ୨ ହଜାର ଟଙ୍କା ପଠାଯାଇଛି। ପ୍ରାୟ ୫୦ ଲକ୍ଷ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧ ହଜାର କୋଟିରୁ ଅଧିକ ଟଙ୍କା ପଠାଯାଇଛି। ଆଗକୁ ମଧ୍ୟ ବର୍ତ୍ତମାନ ଭଳି ବର୍ଷକୁ ୨ ଟି କିସ୍ତିରେ ସିଏମ୍ କିଷାନ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ପ୍ରତ୍ୟେକ ବର୍ଷ ନୂଆଖାଇରେ ପ୍ରଥମ କିସ୍ତି ଦେବା ସହ ଅକ୍ଷୟ ତୃତୀୟାରେ ଦ୍ଵିତୀୟ କିସ୍ତି ଦିଆଯିବା ନେଇ ଧାର୍ଯ୍ୟ ରହିଛି।
ଆଜି ଅକ୍ଷୟ ତୃତୀୟ ଅବସରରେ ଭୁବନେଶ୍ଵରର ବରମୁଣ୍ଡାସ୍ଥିତ ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ସିଏମ୍ କିଷାନ ନେଇ ରାଜ୍ୟସ୍ତରୀୟ କୃଷକ ସମାରୋହ ଆୟୋଜିତ ହୋଇଯାଇଛି। ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଥମେ ଅଖିମୁଠି ଅନୁକୂଳ କରିଥିଲେ ପରେ ସଭାରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଦ୍ବାରା ରାଜ୍ୟର ଚାଷୀମାନେ ଆର୍ଥିକ ସହାୟତା ପାଇବା ଦ୍ଵାରା ଚାଷକାର୍ଯ୍ୟରେ ସର୍ବଦା ଲିପ୍ତ ରହିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଓଡ଼ିଶା କୃଷି ପ୍ରବଣ ରାଜ୍ୟ ହୋଇଥିବାରୁ, ସରକାର ଚାଷୀଙ୍କ ଉପରେ ଅଧିକ ଗୁରୁତ୍ବ ଦେବାରେ ଲାଗିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ