ଗ୍ରାମାଞ୍ଚଳରୁ ହିଁ କୃଷକ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇଥାଏ : ମନ୍ତ୍ରୀ

0

ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଦ୍ୱାରା କୃଷି କନ୍‌କ୍ଲେଭ ୨୦୨୪ ଉଦଘାଟିତକୃଷି ଆମ ଅର୍ଥନୀତିର ମାନଦଣ୍ଡ। ରାଷ୍ଟ୍ରର ବିକାଶ ଦିଗରେ କୃଷି ଓ କୃଷକଙ୍କ ପ୍ରାଥମିକତାକୁ ଅଣଦେଖା କରାଯାଇନପାରେ। କୃଷି ଓ କୃଷକର ବିକାଶକୁ ଆଧାର କରି ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ। ଭଦ୍ରକ ଜିଲ୍ଲାୁରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ଆଜି ରାଜ୍ୟର ୧୮ଟି ଜିଲ୍ଲାରେ ୧୫୦୦୦ ଚାଷୀ ଓ ୫୫୦୦ରୁ ଉଦ୍ଧ୍ୱ ମହିଳାମାନଙ୍କୁ ନେଇ ସଂଗଠିତ। ପ୍ରଧାନମନ୍ତ୍ରୀଙ୍କ ଆଦର୍ଶକୁ ନେଇ ୬ଟି କୃଷକ ଉତ୍ପାଦକ ସଂଗଠନ ଗଠନ କରିବା ସହ ଚାଷୀ ମାନଙ୍କୁ ସଂଗଠିତ କରିବାରେ ପ୍ରମୂୁଖ ଭୂମିକା ନେଇଛି। କୃଷିର ସାମଗ୍ରିକ ବିକାଶ ଦିଗରେ ଯୁବ ଓ ମହିଳା ଶୀର୍ଷକ ନେଇ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ତରଫରୁ କୃଷି କନ୍‌କ୍ଲେଭ ୨୦୨୪ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଠାରେ ଅନୁଷ୍ଠିତ ହୋଇଯାଇଛି।

କୃଷକ ,କୃଷି ବୈଜ୍ଞାନିକ , ମହିଳା ଚାଷୀ ମାନେ ଅଂଶଗ୍ରହଣ କରି କୃଷି ଓ କୃଷକର ବିକାଶ ଦିଗରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଭାବରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଅଣୁ,ଲଘୁ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ୍‌ କୁମାର, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସୋରଡ଼ାର ବିଧାୟକ ନୀଳମଣି ବିଶୋୟୀ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସିୱାର ନିର୍ଦ୍ଦେଶିକା ଡ଼ ମୃଦୁଳା ଦେବୀ, ଉପଦେଷ୍ଟା ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ସୋମ୍ୟାଶ୍ରୀ ପାଣିଗ୍ରାହୀ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। କୃଷି ଓ କୃଷକର ବିକାଶ ଗ୍ରାମାଞ୍ଚଳରୁ ହିଁ ଆରମ୍ଭ ହୋଇଥାଏ। ଏହା ସେମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଥାଏ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ମହିଳା ମାନେ ଆଗାମୀ ଦିନରେ କୃଷି ଭିତ୍ତିକ ବ୍ୟବସାୟ ଓ ପ୍ରତିଷ୍ଠାନ କରିବା ଦିଗରେ ଆଗ୍ରହ ପ୍ରକାଶ କରିବାକୁ ମେୟର ସୁଲୋଚନା ଦାସ କହିଥିଲେ।

nano urea

ଜଳବାୟୁ ପରିବର୍ତ୍ତନ ଓ କୃଷି, ସଫଳତା ପଥେ ଶ୍ରୀଅନ୍ନ, ବିକଶିତ ଓଡ଼ିଶା ଗଠନରେ ମହିଳା ଓ ଷ୍ଟାର୍ଟଅପ୍‌ ତଥା ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଚାଷୀ ଶୀର୍ଷକରେ ବୈଷୟିକ ଅଧିବେଶନ ଆୟୋଜନ କରାଯାଇ କୃଷି,କୃଷକ ଓ ଯୁବକଙ୍କ ସମନ୍ୱୟ ଓ ସମାଗ୍ରିକ ବିକାଶ ଉପରେ ଆଲୋଚନା କରାଯାଇଥିଲା। ସଫଳ ଚାଷୀ, ସଫଳ ଉଦ୍ୟୋଗୀ,ସଫଳ ମତ୍ସ୍ୟ ଚାଷୀ ପ୍ରଭୃତିଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ଅନୁଭୂତି ସମ୍ପର୍କରେ ସେମାନେ ଆଳୋକପାତ କରିଥିଷଳ। ଉତ୍ସବରେ ମାଣ୍ଡିଆ ରାଣୀ ରାଇମତି ଘିଉରିଆ ଯୋଗ ଦେଇ ତାଙ୍କ ମାଣ୍ଡିଆ ଚାଷ ଅଭିଜ୍ଞତା ଉପରେ ଉପସ୍ଥିତ ବୁଦ୍ଧିଜିବୀ ଓ କୃଷକ ମାନଙ୍କୁ ବଖାଣିଥିଲେ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟସ୍ତରୀୟ କୃଷି କନ୍‌କ୍ଳେଭ ଆୟୋଜନ କରି ରାଜ୍ୟର ଚାଷୀ,ଯୁବକ,ମହିଳା,ପଲିସିମେକର ତଥା ବୁଦ୍ଧିଜିବୀ ମାନଙ୍କ ମଧ୍ୟରେ କୃଷି ପାଇଁ ସଚେତନତା ସୃଷ୍ଟି କରିବା ହିଁ ଆମର ମୁଖ୍ୟ ପ୍ରୟାସ।

ବିକଶିତ ଓଡ଼ିଶା ଗଠନରେ ବିଜୟର ଧ୍ୱଜା ଉଡ଼ାଉଥିବା ଏ ମାଟିର ମଙ୍ଗୁଆଳ ମାନଙ୍କ ପାଇଁ ଏ ଉତ୍ସବ ସମର୍ପିତ। ଆଗାମୀ ଦିନରେ ଏପରି କୃଷି କନକ୍ଲେଭ ଆୟୋଜନ କରାଯାଇ କୃଷକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଗ୍ରାମାଂଚଳରେ ଏହାକୁ ପ୍ରସାର କରିବା ଦିଗରେ ଚେଷ୍ଟା କରିବୁ ବୋଲି ଏହାର ନିର୍ଦ୍ଦେଶିକା ଡ଼ି ସ୍ୱାତୀ କହିଛନ୍ତି। ଉତ୍ସବରେ ଗ୍ରୁପ୍‌ ଏଡ଼ିଟର ଡି ଶୁଭମ୍‌, ବିଜ୍ଞାନ ମିହିର ରାଉତ, ଶୁଭଶ୍ରୀ ସାହୁ, ଜଗଦାନନ୍ଦ ପ୍ରଧାନ, ବିଶ୍ୱଜିତ ସାହୁ, ଅମନଜିତ ସାହୁ, ବଳରାମ ସେନାପତି, ଭି ସାଇରାଜ, ସବ୍ୟସାଚୀ ପରିଡ଼ା, ସମ୍ବିତ ସୌରଭ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.

3 × 3 =